ମାଗଣା ବଣ୍ଟନ ବନ୍ଦ ହେବା ଗଣତନ୍ତ୍ରର ବିରୋଧୀ : କଂଗ୍ରେସ

Advertisment

ମାଗଣା ବଣ୍ଟନ ପ୍ରସଙ୍ଗରେ ନିର୍ବାଚନ କମିସନଙ୍କ ପ୍ରସ୍ତାବକୁ କଂଗ୍ରେସର ବିରୋଧ

ମାଗଣା ବଣ୍ଟନ ପ୍ରସଙ୍ଗରେ ନିର୍ବାଚନ କମିସନଙ୍କ ପ୍ରସ୍ତାବକୁ କଂଗ୍ରେସର ବିରୋଧ

ନିର୍ବାଚନ ଲଢ଼ିବାକୁ ଅମଙ୍ଗ ହେଉଛନ୍ତି କଂଗ୍ରେସର ବଡ ବଡ ନେତା

The New Indian Express

ନୂଆଦିଲ୍ଲୀ : ରାଜନୈତିକ ଦଳମାନଙ୍କ ଦ୍ବାରା ମାଗଣା ବଣ୍ଟନକୁ ନିୟନ୍ତ୍ରଣ କରିବାକୁ  ନିର୍ବାଚନ କମିସନ କେତେକ ପ୍ରସ୍ତାବ ଦେଇଥିବାବେଳେ ତାହାକୁ ବିରୋଧ କରିଛି କଂଗ୍ରେସ । ଏହା ଗଣତନ୍ତ୍ରର ବିରୋଧୀ ବୋଲି ଦଳ କହିଛି ।

ଦଳର ନେତା ଜୟରାମ ରମେଶ କହିଛନ୍ତି ଯେ, ନିର୍ବାଚନ କମିସନଙ୍କ ଏହି ପ୍ରସ୍ତାବ ଭାରତୀୟ ଗଣତନ୍ତ୍ରର କଫିନରେ ଆଉ ଏକ କଣ୍ଟା ହେବ । ଏହା ପ୍ରତିଯୋଗିତାମୂଳକ ରାଜନୀତିର ବିରୋଧୀ ।

ସୂଚନାଯୋଗ୍ୟ ଯେ, ମାଗଣା ବଣ୍ଟନ ପ୍ରସଙ୍ଗରେ କମିସନ ଗତ ମଙ୍ଗଳବାରଦିନ କେତେକ ପ୍ରସ୍ତାବ ଦେଇଥିଲା । ରାଜନୈତିକ ଦଳମାନଙ୍କୁ ଏହି ପରାମର୍ଶ ଜାରି କରି କମିସନ କହିଛନ୍ତି ଯେ ଭୋଟରମାନଙ୍କ ପାଇଁ ଘୋଷଣା କରାଯାଉଥିବା ସ୍କିମ ପାଇଁ ଅର୍ଥ କେଉଁଠୁ ଯୋଗାଡ଼ ହେବ ସେ ସମ୍ପର୍କରେ ବି ଭୋଟରଙ୍କୁ ଜଣାଇଦିଆଯିବା ଉଚିତ୍ ।

"ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ଉପାୟରେ ଉପଯୁକ୍ତ ସମୟରେ ନିର୍ବାଚନ କରିବା କୌଣସି ଗଣତନ୍ତ୍ର ପାଇଁ ଅବିଚ୍ଛେଦ୍ୟ ଅଟେ। 'ମୁକ୍ତ, ନିରପେକ୍ଷ' ଏବଂ ସ୍ୱଚ୍ଛ ନିର୍ବାଚନର ସଂକଳ୍ପରେ ଅନେକ ଦିଗ ରହିଛି। ଏଥିରେ ଅନ୍ତର୍ଭୁକ୍ତ ରହିଛି, ଭୋଟରମାନେ ଯେପରି ସହଜରେ ଏବଂ ବିନା ଭୟରେ କିମ୍ବା ଲୋଭରେ ଭୋଟ ଦେଇପାରିବେ । ସ୍ବଚ୍ଛ ନିର୍ବାଚନର ଆଉ ଏକ ଦିଗ ହେଲା ଭୋଟରମାନଙ୍କୁ ସୁଶିକ୍ଷିତ କରିବା । ନିର୍ବାଚନର ପ୍ରତି ପର୍ଯ୍ୟାୟର ସୂଚନା ସେମାନଙ୍କ ନିକଟରେ ଠିକ ଭାବରେ ପହଞ୍ଚାଇବା ବୋଲି କମିସନ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe