Image Source: Zee News
ମୁମ୍ବାଇ: ଜବାହର ଲାଲ୍ ନେହେରୁ ଏବଂ ଇନ୍ଦିରା ଗାନ୍ଧୀ ଗୋପନରେ ଯୋଗ କରୁଥିଲେ, କିନ୍ତୁ ସେମାନଙ୍କର ଉତ୍ତରାଧିକାରୀମାନେ ଯୋଗକୁ ସମ୍ମାନ ନ ଦେବାରୁ ତାଙ୍କ ହାତରୁ କ୍ଷମତା ଖସିଗଲା। ଯେଉଁମାନେ ଯୋଗ କରିନ୍ତି ସେମାନେ ପ୍ରତ୍ୟକ୍ଷ ଭାବେ ଠାକୁରଙ୍କ ଆଶୀର୍ବାଦ ପାଆନ୍ତି ବୋଲି ବୁଧବାର ଦିନ ଯୋଗ ଗୁରୁ ରାମଦେବ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଧାରା ୩୭୦ ଏବଂ ତିନ୍ ତଲାକ୍ ଆଦି ମାମଲା ଉପରେ ବଡ଼ କାମ ହେବ ବୋଲି ମଧ୍ୟ ସେ ବିଶ୍ୱାସ ପ୍ରକଟ କରିଛନ୍ତି।
Image Source: The Tribuneଜୁନ୍ ୨୧ ତାରିଖ ଦିନ ମହାରାଷ୍ଟ୍ରର ନାନ୍ଦେଦ୍ ଠାରେ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ରାମଦେବ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିବା ବେଳେ କହିଲେ, ଲୋକମାନଙ୍କ ଗହଣରେ ଯୋଗ କରିବାରେ ପ୍ରଥମ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ ଆହୁରି କହିଲେ କି, ବିଜେପିର ସମସ୍ତ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନେ ଯୋଗ ଦେବେ।
ଯୋଗ କରୁଥିବା ଲୋକେ ପ୍ରତ୍ୟକ୍ଷଭାବେ ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରନ୍ତି। ଯୋଗୀମାନେ ସମସ୍ତଙ୍କର ମଙ୍ଗଳ କାମନା କରନ୍ତି ବୋଲି ସେ କହିଛନ୍ତି।
Follow Us