ଦିଲ୍ଲୀ ବିଧାନସଭା ନିର୍ବାଚନ: କଂଗ୍ରେସର ୨୦ ଜଣିଆ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ

Advertisment

ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଖୁବଶୀଘ୍ର ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। ଗୁରୁବାର ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ୨୦ ଜଣଙ୍କ ନାମ ଚୂଡ଼ାନ୍ତ ହୋଇଛି।

ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଖୁବଶୀଘ୍ର ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। ଗୁରୁବାର ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ୨୦ ଜଣଙ୍କ ନାମ ଚୂଡ଼ାନ୍ତ ହୋଇଛି।

cong

ନୂଆଦିଲ୍ଲୀ: ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଖୁବଶୀଘ୍ର ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। ଗୁରୁବାର ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ୨୦ ଜଣଙ୍କ ନାମ ଚୂଡ଼ାନ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସନ୍ଦୀପ ଦୀକ୍ଷିତ ନୂଆଦିଲ୍ଲୀରୁ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିପାରନ୍ତି।

ଏହାବ୍ୟତୀତ ରାଜ୍ୟ ସଭାପତି ଦେବେନ୍ଦ୍ର ଯାଦବ ବାଦଲିରୁ, ରୋହିତ ଚୌଧୁରୀ ନାଙ୍ଗଲୋଇରୁ, ରାଗିଣୀ ନାୟକ ଓଜିରପୁରରୁ, ଅଭିଷେକ ଦତ୍ତ କସ୍ତୁରବା ନଗରରୁ, ଅନୀଲ ଚୌଧୁରୀ ପାଟପରଗଞ୍ଜରୁ ଓ ମୁଦିତ୍ ଅଗ୍ରୱାଲ ଚାନ୍ଦନୀ ଛକରୁ ନିର୍ବାଚନ ଲଢ଼ିବେ। ସେହିପରି କଂଗ୍ରେସ ବାଲିମାରାନରୁ ହାରୁନ ୟୁସୁଫ, ମୁସ୍ତାଫାବାଦରୁ ଅଲ୍ଲୀ ମେହେନ୍ଦି ଏବଂ ସିଲମପୁରର ବର୍ତ୍ତମାନର ବିଧାୟକ ଅବଦୁଲ ରେହମାନଙ୍କୁ ପ୍ରାର୍ଥୀ କରିପାରେ।

ସନ୍ଦୀପ ଦୀକ୍ଷିତ ନୂଆଦିଲ୍ଲୀରୁ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିପାରନ୍ତି। ରାଜ୍ୟ ସଭାପତି ଦେବେନ୍ଦ୍ର ଯାଦବ ବାଦଲିରୁ, ରୋହିତ ଚୌଧୁରୀ ନାଙ୍ଗଲୋଇରୁ, ରାଗିଣୀ ନାୟକ ଓଜିରପୁରରୁ, ଅଭିଷେକ ଦତ୍ତ କସ୍ତୁରବା ନଗରରୁ, ଅନୀଲ ଚୌଧୁରୀ ପାଟପରଗଞ୍ଜରୁ ଓ ମୁଦିତ୍ ଅଗ୍ରୱାଲ ଚାନ୍ଦନୀ ଛକରୁ ନିର୍ବାଚନ ଲଢ଼ିବେ।

ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଆପ୍ ଏହାର ଦୁଇଟି ତାଲିକାରେ ୩୧ ଜଣ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛି। ପ୍ରଥମ ତାଲିକାରେ ଦଳ ୧୧ ଜଣ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦ୍ବିତୀୟ ତାଲିକାରେ ୨୦ ଜଣ ପ୍ରାର୍ଥୀ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ବିଜେପି ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe