ବେକାରୀ ସମସ୍ୟା ଉତ୍ଥାପନ ପାଇଁ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପଦଯାତ୍ରା ଯୋଜନା କରୁଛି କଂଗ୍ରେସ

Advertisment
ବେକାରୀ ସମସ୍ୟା ଉତ୍ଥାପନ ପାଇଁ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପଦଯାତ୍ରା ଯୋଜନା କରୁଛି କଂଗ୍ରେସ

Image Courtesy of India Today

ଉଦୟପୁର: ବେକାରୀ ସମସ୍ୟା ଉତ୍ଥାପନ ପାଇଁ ଦେଶବ୍ୟାପୀ କଂଗ୍ରେସ ଦେଶବ୍ୟାପୀ ପଦଯାତ୍ରା କରିବ ବୋଲି ସୂଚନା ମିଳିଛି। ଜନସାଧାରଣଙ୍କ ନିକଟତର ହେବାକୁ ଏହି ପଦଯାତ୍ରା ସମୟରେ ‘ଜନତା ଦରବାର’ (ସାଧାରଣ ସଭା) ମଧ୍ୟ ଆୟୋଜନ କରିବ। ବର୍ଷେ ପାଇଁ ସମୟକ୍ରମେ ହେବାକୁ ଥିବା ଏହି ପଦଯାତ୍ରାରେ ରାହୁଲ୍‌ ଗାନ୍ଧୀଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଯୋଗ ଦେବେ।

ଏହି ଯୋଜନା ହେଉଛି ଉଦୟପୁରରେ ଚାଲିଥିବା ଦଳର ଚିନ୍ତନ ଶିବିରରେ ପ୍ରସ୍ତାବିତ ‘ଜନ ଜାଗରଣ ଅଭିଯାନ ୨.୦’ର ଅଂଶବିଶେଷ। ‘ସଷ୍ଟେଣ୍ଡ୍‌ ଏଜିଟେସନ୍‌ କମିଟି’ର ଅଧ୍ୟକ୍ଷ ଦିଗ୍‌ବିଜୟ ସିଂହ ବୈଠକରେ ଏହି ପ୍ରସ୍ତାବ ସଂକ୍ରାନ୍ତରେ ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ। ଦୀର୍ଘ ସମୟ ଧରି ଏହା ଉପରେ ବିଚାରବିମର୍ଶ ଚାଲିଥିବା ବୋଲି ସୂଚନା ମିଳିଛି।

publive-image Image Courtesy of India Today

ଦେଶର ଜନସାଧାରଣଙ୍କ ସହ ସମ୍ପର୍କ ସ୍ଥାପନ କରିବା ଲାଗି ଦଳର ‘ଯୁବ କମିଟି’ ମଧ୍ୟ ଅନୁରୂପ ପ୍ରସ୍ତାବ ଦେଇଛି। ବେକାରୀ ସମସ୍ୟାକୁ ଉତ୍ଥାପନ କରି କଂଗ୍ରେସ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପଦଯାତ୍ରା କରିବ ବୋଲି ଉକ୍ତ ପ୍ରସ୍ତାବରେ ଉଲ୍ଲେଖ ଅଛି। ଗଣମାଧ୍ୟମକୁ ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ଏହି ପ୍ରସ୍ତାବ ପ୍ରାୟ ଚୂଡ଼ାନ୍ତ। ଦେଶବ୍ୟାପୀ କଂଗ୍ରେସ ଏହି ଯାତ୍ରା କରିବ। ଜନତା ଦରବାର ମଧ୍ୟ ଆୟୋଜନ କରାଯିବା ପାଇଁ ପ୍ରସ୍ତାବ ରହିଛି। ପ୍ରତ୍ୟକ୍ଷଭାବେ ଜନସାଧାରଣଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ଏହା ଗୋଟାଏ ପଦକ୍ଷେପ।

ସୂଚନାଯୋଗ୍ୟ, କଂଗ୍ରେସର ‘ନବ ସଙ୍କଳ୍ପ ଚିନ୍ତନ ଶିବିର’ର ଦ୍ବିତୀୟ ଦିବସରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସାଧାରଣ ସମ୍ପାଦକ, ରାଜ୍ୟ ପ୍ରଭାରୀ, ପିସିସି ମୁଖ୍ୟ ଏବଂ ସିଏଲ୍‌ପି ନେତାମାନଙ୍କୁ ଭେଟି ‘ଜନ ଜାଗରଣ ଅଭିଯାନ ୨.୦’ ବିଷୟରେ ଆଲୋଚନା କରିଥିଲେ। ଏହି ସଭାରେ ରାହୁଲ୍‌ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe