ସିଏଏକୁ ବିରୋଧ ପାଇଁ କଂଗ୍ରେସର ବଡ଼ ଯୋଜନା : ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ଆଣିବ ସିଏଏ ବିରୋଧୀ ପ୍ରସ୍ତାବ

Advertisment
ସିଏଏକୁ ବିରୋଧ ପାଇଁ କଂଗ୍ରେସର ବଡ଼ ଯୋଜନା : ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ଆଣିବ ସିଏଏ ବିରୋଧୀ ପ୍ରସ୍ତାବ

News18.com

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ବିରୋଧ ପାଇଁ କଂଗ୍ରେସ ବଡ଼ ଯୋଜନା କରିଛି। ସମସ୍ତ କଂଗ୍ରେସ ଶାସିତ ରାଜ୍ୟରେ ସିଏଏ ବିରୋଧୀ ପ୍ରସ୍ତାବ ଆଗତ କରିବାକୁ କଂଗ୍ରେସ ଚିନ୍ତା କରୁଛି। କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ବିଧାନସଭାରେ ସିଏଏ ବିରୋଧରେ ପ୍ରସ୍ତାବ ପାରିତ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ୍‌ କହିଛନ୍ତି। ପୂର୍ବରୁ ପଞ୍ଜାବ ବିଧାନସଭାରେ ମଧ୍ୟ ସିଏଏ ବିରୋଧରେ ପ୍ରସ୍ତାବ ପାରିତ ହୋ‌ଇସାରିଛି। ସମସ୍ତ କଂଗ୍ରେସ ଶାସିତ ରାଜ୍ୟରେ ସିଏଏ ବିରୋଧରେ ପ୍ରସ୍ତାବ ଆଗତ ହେବ ଏବଂ ଏ ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ଅଧିକ ଚାପ ସୃଷ୍ଟି କରାଯିବ ବୋଲି ପଟେଲ୍‌ କହିଛନ୍ତି।

ଅପରପକ୍ଷେ, ସିଏଏ କାହାର ନାଗରିକତାକୁ ଛିନ୍ନ କରିବ ନାହିଁ, ଏହା କେବଳ ନାଗରିକତା ଦେବା ପାଇଁ ଉଦ୍ଦିଷ୍ଟ ବୋଲି ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି। ବିରୋଧୀ ଦଳଗୁଡ଼ିକର ମିଥ୍ୟା ପ୍ରଚାର ଓ ବିଭ୍ରାନ୍ତି ଯୋଗୁଁ ଏହା ବିରୋଧରେ ଆନ୍ଦୋଳନ ହେଉଥିବା ସରକାର କହିଛନ୍ତି। ଏହି ଆଇନ୍‌ରେ ୨୦୧୫ ପୂର୍ବରୁ ପାକିସ୍ତାନ, ଆଫ୍‌ଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ସଂଖ୍ୟାଲଘୁ ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବା ନେଇ ଉଲ୍ଲେଖ ରହିଛି। ତେବେ ଏହି ଦେଶମାନଙ୍କରୁ ଆସୁଥିବା ମୁସ୍‌ଲିମ୍‌ ଶରଣାର୍ଥୀଙ୍କ ଭାରତୀୟ ନାଗରିକତା ନେଇ ଆଇନ୍‌ରେ ଉଲ୍ଲେଖ ନଥିବାରୁ ଏହାକୁ ନେଇ ବିବାଦ ଲାଗି ରହିଛି। ସିଏଏ ବିରୋଧରେ ଗତ ସପ୍ତାହରେ ପଞ୍ଜାବ ବିଧାନସଭାରେ ପ୍ରସ୍ତାବ ଆଗତ ହୋଇସାରିଛି। ସେହିଭଳି ଏହା ପୂର୍ବରୁ କେରଳର ସିପିଏମ୍‌ ନେତୃତ୍ବାଧୀନ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାର ମଧ୍ୟ ସିଏଏ ବିରୋଧରେ ପ୍ରସ୍ତାବ ଆଗତ କରିସାରିଛନ୍ତି। କେରଳ ସରକାର ଏହି ଆଇନ୍‌କୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe