କଂଗ୍ରେସ ସଭାପତି ନିର୍ବାଚନ: ନିଷ୍ପତ୍ତି ବଦଳାଇ ପାରନ୍ତି ରାହୁଲ

Advertisment
ରାହୁଲଙ୍କୁ ହତ୍ୟା ଧମକ

Image Courtesy of India Today

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ନେଇ ବିବାଦ ଘନେଇବାରେ ଲାଗିଛି। ଦଳର ବରିଷ୍ଠ ନେତୃବୃନ୍ଦ ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନେତୃତ୍ବ ପ୍ରସଙ୍ଗକୁ ନେଇ କଂଗ୍ରେସ ଦଳ ଅନିଶ୍ଚିତତା ଭିତରେ ଗତି କରୁଥିବା ବେଳେ ଦଳ ମଧ୍ୟରେ ଅନେକ ବିଶ୍ବାସ କରୁଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କ ଆଭିମୁଖ୍ୟ କୋହଳ କରିପାରନ୍ତି। ରାହୁଲ ତାଙ୍କ ନିଷ୍ପତ୍ତି ବଦଳାଇ ସଭାପତି ନିର୍ବାଚନ ଲଢ଼ିବେ ବୋଲି କେତେକ ବରିଷ୍ଠ ନେତା ଆଶାବାଦୀ ଅଛନ୍ତି। ରାହୁଲ ବିଦେଶ ଗସ୍ତରୁ ଫେରିବା ପରେ ଦଳୀୟ ନେତାମାନେ ତାଙ୍କୁ ଏନେଇ ବୁଝାଇବେ। ଦଳର ଦାୟିତ୍ବଭାର ସେ ଗ୍ରହଣ କରିବାପାଇଁ ତାଙ୍କ ଉପରେ ଚାପ ପକାଯାଇପାରେ। କିନ୍ତୁ ସବୁକିଛି ‌ସୋନିଆ ଏବଂ ରାହୁଲ ବିଦେଶରୁ ଫେରିବାପରେ ସ୍ପଷ୍ଟ ହେବ। ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧି ୨୦୧୯ ମେ’ରେ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଲୋକସଭା ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପାଇଁ ରାହୁଲ ନିଜକୁ ଦାୟୀ କରିଥିଲେ ଏବଂ ନୈତିକ ଦୃଷ୍ଟିକୋଣରୁ ଦଳରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ଅଧ୍ୟକ୍ଷା‌ ସୋନିଆ ଗାନ୍ଧି ଏବେ ରାହୁଲ ଓ ପ୍ରିୟଙ୍କାଙ୍କ ସହ ଇଟାଲି ଗସ୍ତରେ ଅଛନ୍ତି। ସୋନିଆଙ୍କ ମା’ଙ୍କ ପରଲୋକ ହୋଇଥିବାରୁ ସମସ୍ତେ ଏବେ ‌ଇଟାଲିରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe