କଂଗ୍ରେସ ସଭାପତି ନିର୍ବାଚନ: ନାମାଙ୍କନ ପ୍ରକ୍ରିୟା ଆରମ୍ଭ

ନୋମିନେସନ୍‌ ଫର୍ମ ନେଲେ ଥରୁର, ୩୦ରେ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି

କଂଗ୍ରେସ ସଭାପତି ନିର୍ବାଚନ: ନାମାଙ୍କନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ‌ହୋଇଛି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଜାରି ରହିବ। ସଭାପତି ନିର୍ବାଚନ ଲଢ଼ୁଥିବା ୨ ଜଣ ପ୍ରମୁଖ ପ୍ରାର୍ଥୀ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଥରୁର ଆଜି ନିର୍ବାଚନ ଲଢ଼ୁଥିବା ସ୍ପଷ୍ଟ କରିଛନ୍ତି। ଏଆଇସିସି ସଭାପତି ନିର୍ବାଚନ ପାଇଁ ଥରୁର ଆଜି ଦଳର ମୁଖ୍ୟାଳୟରୁ ନାମାଙ୍କନ ଫର୍ମ ଆଣିଛନ୍ତି। ଆସନ୍ତା ୩୦ ତାରିଖରେ ସେ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି। ଥରୁରଙ୍କ ଘନିଷ୍ଠ ସହଯୋଗୀ ଅଲିମ ଜାଭେରି ଆଜି ପାର୍ଟି ଅଫିସର କେନ୍ଦ୍ରୀୟ ନିର୍ବାଚନ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କଠାରୁ ନାମାଙ୍କନ ପତ୍ର ସଂଗ୍ରହ କରିଥିଲେ। ମିଳିଥିବା ସୂଚନାନୁଯାୟୀ ଆଜି ଅନ୍ୟ ୩ ଜଣ ସଦସ୍ୟ ମଧ୍ୟ ନାମାଙ୍କନ ପତ୍ର ସଂଗ୍ରହ କରିଛନ୍ତି। କିନ୍ତୁ ସେମାନେ ପିସିସି ପ୍ରତିନିଧି ନୁହନ୍ତି କି ସେମାନଙ୍କ ପ୍ରତି କାହାର ସମର୍ଥନ ଥିବା ଦାବି କରିନାହାନ୍ତି। ୨ ଜଣଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶର ଏବଂ ଅନ୍ୟ ଜଣେ ହିମାଚଳପ୍ରଦେଶର। ।

ଉଲ୍ଲେଖଯୋଗ୍ୟ, ଗାନ୍ଧି ପରିବାରରୁ କେହି ଏଥର ନିର୍ବାଚନରେ ପ୍ରାର୍ଥୀ ହେଉନଥିବାରୁ ଦୀର୍ଘ ୨ ଦଶନ୍ଧି ପରେ କଂଗ୍ରେସକୁ ଜଣେ ଅଣ ଗାନ୍ଧି ସଭାପତି ମିଳିବ। ଅକ୍ଟୋବର ୮ ତାରିଖରେ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧୭ରେ ନିର୍ବାଚନ ହେବ ଏବଂ ଅକ୍ଟୋବର ୧୯ରେ ଫଳାଫଳ ଆସିବ। ନିର୍ବାଚନରେ ୯ ହଜାରରୁ ଅଧିକ ପିସିସି ପ୍ରତିନିଧି ଭୋଟ୍‌ ଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe