ଦିନେ ଦେଶକୁ ବିକି ଦେବେ ମୋଦୀ... ଟାରିଫ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ କଂଗ୍ରେସ ସଭାପତି

congress tariff

Photograph: (Sambad.in)

ଅହମଦାବାଦ: ପୁଣି ମୋଦୀଙ୍କୁ ଟାର୍ଗେଟ୍ କଲେ କଂଗ୍ରେସ ସଭାପତି । ଟାରିଫ ପ୍ରସଙ୍ଗରେ ଅହମଦାବାଦରୁ ପ୍ରଧାନମନ୍ତ୍ରୀଙ୍କୁ ନିଶାନା କଲେ ମଲ୍ଲିକାର୍ଜୁନ ଖଡଗେ । ମୋଦୀ ଦେଶକୁ ନିଜେ ଦିନେ ବିକି ଦେବେ କହି ଟାର୍ଗେଟ୍ କରିଛନ୍ତି ଖଡଗେ । 

ଆମେରିକା ଭାରତ ବିରୁଦ୍ଧରେ ୨୬% ଶୁଳ୍କ ଲାଗୁ କଲା କିନ୍ତୁ ସେମାନେ ସଂସଦରେ ଏହା ଉପରେ କୌଣସି ଆଲୋଚନା କରିବାକୁ ଆମକୁ ଦେଲେନି । ଆମେ ଏହି ପ୍ରସଙ୍ଗ ଉଠାଇଥିଲୁ କିନ୍ତୁ ସେମାନେ ଏହାକୁ ଗ୍ରହଣ କରିନଥିଲେ। ଦେଶର ମୋନୋପଲି ଚାଲିଛି କହି ମୋଦୀଙ୍କ ଉପରେ ବର୍ଷିଛନ୍ତି ଖଡଗେ ।

ତେବେ ଭାରତ ଉପରେ ଆଜି ଟାରିଫ ଲଗାଇଛି ଆମେରିକା । ଆଜି ସକାଳ ୯ଟା ୩୧ରେ ଭାରତ ଉପରେ ଟାରିଫ ଲଗାଇଛନ୍ତି ଟ୍ରମ୍ପ । ୨୬ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି । ଭାରତ ସମେତ ୧୮୦ ଦେଶରେ ଟାରିଫ ଲାଗୁ କରିଛି ଆମେରିକା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe