ଗୋଆରେ ପାରିକରଙ୍କୁ ଭେଟିବା ପରେ ରାଫେଲ୍‌ ଡିଲ୍‌ ପ୍ରସଙ୍ଗରେ ନୂଆ ଖୁଲାସା କଲେ ରାହୁଲ

ଗୋଆରେ ପାରିକରଙ୍କୁ ଭେଟିବା ପରେ ରାଫେଲ୍‌ ଡିଲ୍‌ ପ୍ରସଙ୍ଗରେ ନୂଆ ଖୁଲାସା କଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଗୋଆ ଠାରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ଗୋଆ ମୁଖ୍ୟମନ୍ତ୍ରୀ ମନୋହାର ପାରିକରଙ୍କୁ ଭେଟି ତାଙ୍କ ସହ ସାକ୍ଷାତ ଆଲୋଚନା କଲାପରେ ଆଜି ପୁଣି ଥରେ ଫ୍ରାନ୍ସରୁ ରାଫେଲ ଲଢ଼ୁଆ ବିମାନ କିଣା ପ୍ରସଙ୍ଗରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛନ୍ତି। ଏଥିସହ ରାଫେଲ୍‌ ଡିଲ୍‌କୁ ନେଇ କରିଛନ୍ତି ଏକ ନୂଆ ଖୁଲାସା।


ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସିଧାସଳଖ ଆରୋପ ଲଗାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ‘ଗତକାଲି ମୁଁ ପାରିକର ଜୀଙ୍କୁ ଭେଟିଥିଲି। ପାରିକର ଜୀ ସ୍ୱଂୟ ମୋତେ କହିଲେ ଯେ ପ୍ରଧାନମନ୍ତ୍ରୀ ଯେତେବେଳେ ରାଫେଲ ଡିଲ୍‌କୁ ବଦଳାଇଲେ ସେତେବେଳେ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏବାବଦରେ ଜଣାଇ ନଥିଲେ କିମ୍ବା ଏସଂପର୍କରେ ତାଙ୍କ ସହ କୌଣସି ବିଚାର ଆଲୋଚନା କରି ନଥିଲେ।’ ତେଣୁ, ରାଫେଲ ଡିଲ୍‌ରେ ପ୍ରଧାନମନ୍ତ୍ରୀ କେତେ ସ୍ୱଚ୍ଛତା ଅବଲମ୍ବନ କରିଛନ୍ତି ତାହା ଦେଶବାସୀ ବିଚାର କରନ୍ତୁ ବୋଲି କହିଛନ୍ତି ରାହୁଲ।


କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରି କହିଛନ୍ତି ଯେ ଆମେ ରାଫେଲ ପ୍ରସଙ୍ଗରେ ମାତ୍ର ୩ଟି ପ୍ରଶ୍ନ ପଚାରିଥିଲୁ। ହାଲ୍‌କୁ ଅଣଦେଖା କରି କାହିଁକି ଫ୍ରାନ୍ସରୁ ବିମାନ କିଣାଗଲା? ଅନୀଲ ଅମ୍ବାନୀଙ୍କୁ କାହିଁକି ୩୦ ହଜାର କୋଟି ଟଙ୍କା ଦିଆଗଲା? ରାଫେଲ ଡିଲ୍‌କୁ କାହିଁକି ବଦଳାଗଲା? ହେଲେ, ନିଜକୁ ଦେଶର ଚୌକିଦାର ବୋଲି ଦାବି କରୁଥିବା ପ୍ରଧାନମନ୍ତ୍ରୀ ଏସବୁ ପ୍ରଶ୍ନର ଉତ୍ତର ନଦେଇ କେତେବେଳେ ଉପରକୁ, କେତେବେଳେ ତଳକୁ, କେତେବେଳେ କଡ଼କୁ ଓ ଆଉ କେତେବେଳେ ଅନ୍ୟ କୁଆଡ଼େ ଅନାଇ ଏସବୁ ପ୍ରଶ୍ନକୁ ଏଡ଼ାଇ ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe