କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲ୍‌ରୁ ଫେରିଲେ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲ୍‌ରୁ ଫେରିଲେ

Image Source: Hindustan Times

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଫେରିଛନ୍ତି। ୭୩ ବର୍ଷୀୟା ଶ୍ରୀମତୀ ଗାନ୍ଧି ଗତ ଗୁରୁବାର ସନ୍ଧ୍ୟାରେ ଅସୁସ୍ଥ ‌ହୋଇ ପଡ଼ିବାରୁ ତାଙ୍କୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଶ୍ରୀମତୀ ଗା‌ନ୍ଧିଙ୍କୁ ରୁଟିନ୍‌ ଟେଷ୍ଟ ଉଦ୍ଦେଶ୍ୟରେ ହସ୍ପିଟାଲକୁ ନିଆଯାଇଥିଲା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା। ତେବେ ଆଜି ଅପରାହ୍ନ ଗୋଟାଏ ବେଳେ ଶ୍ରୀମତୀ ଗାନ୍ଧି ହସ୍ପିଟାଲରୁ ଫେରିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ବୋଲି ଗଙ୍ଗାରାମ ହସ୍ପିଟାଲର ଡାକ୍ତର ଡି.ଏସ୍‌. ରାଣା କହିଛନ୍ତି। ଗତ ଗୁରୁବାର ଦିନ ଶ୍ରୀମତୀ ଗାନ୍ଧି ନିଜ ଦଳର ରାଜ୍ୟସଭା ସାଂସଦମାନଙ୍କ ସହ ଏକ ଭର୍ଚୁଆଲ ମିଟିଂ କରିଥିଲେ। ଏହା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe