ବୟୋବୃଦ୍ଧ ନେତାଙ୍କ ପାଇଁ କଂଗ୍ରେସ ଅଡ଼ୁଆ ବଢ଼ୁଛି

Advertisment

ମୋଦୀଙ୍କଠାରୁ ଶିକ୍ଷା ନେଇପାରିଲେନି ରାହୁଲ

ମୋଦୀଙ୍କଠାରୁ ଶିକ୍ଷା ନେଇପାରିଲେନି ରାହୁଲ

ବୟୋବୃଦ୍ଧ ନେତାଙ୍କ ପାଇଁ କଂଗ୍ରେସ ଅଡ଼ୁଆ ବଢ଼ୁଛି

ନୂଆଦିଲ୍ଲୀ: କଂଗ୍ରେସ ଏବେ ବୟୋବୃଦ୍ଧ ନେତାମାନଙ୍କୁ ନେଇ ଅନେକ ଅଡ଼ୁଆର ସମ୍ମୁଖୀନ ହେଉଛି। ବରିଷ୍ଠତମ ନେତାମାନେ ଦଳର ପରାଜୟ ନେଇ ବେପରୁଆ ଭାବ ଦେଖାଇବା ପରେ ଏଥିରେ କ୍ଷୁବ୍ଧ ରାହୁଲ ଗାନ୍ଧି କଂଗ୍ରେସ ସଭାପତି ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ତେବେ ବିଜେପିରେ ବୟୋବୃଦ୍ଧ ନେତାଙ୍କୁ ନେଇ ସେଭଳି କୌଣସି ସମସ୍ୟା ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ଦଳର ବୟୋବୃଦ୍ଧ ନେତାମାନଙ୍କୁ ସେମାନଙ୍କ ବୟସକୁ ସମ୍ମାନ ଦେଇ ମାର୍ଗଦର୍ଶକ ମଣ୍ଡଳରେ ରଖିଛନ୍ତି ଏବଂ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବା ସୁଯୋଗ ମଧ୍ୟ ସେମାନଙ୍କୁ ମିଳିନଥିଲା। ଏହା ବିଜେପି ପାଇଁ ବିଭିନ୍ନ ଦୃଷ୍ଟିରୁ ଆଶ୍ବସ୍ତିର କାରଣ ହୋଇଛି। ନିର୍ବାଚନ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦୀଙ୍କର ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରି ସେ ବୟୋବୃଦ୍ଧ ନେତାଙ୍କୁ ଅପମାନିତ କରିଥିବା କହିଥିଲେ । କିନ୍ତୁ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ରାହୁଲଙ୍କ ଚେତା ପଶିଛି। କଂଗ୍ରେସର କୌଣସି ବଡ଼ ନେତା ଦଳର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରୁନଥିବା ବେଳେ ଦଳର ବାସ୍ତବିକ ସ୍ଥିତି ନେଇ ମଧ୍ୟ ସେମାନେ ଆଦୌ ଚିନ୍ତିତ ନୁହନ୍ତି। ଏଭଳି ସ୍ଥିତିରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ରାହୁଲ ବାଧ୍ୟ ହୋଇଥିବା ତାଙ୍କ ଇସ୍ତଫାପତ୍ରରୁ ଜଣାପଡ଼ିଛି । ମୋତିଲାଲ ଭୋରାଙ୍କଠାରୁ ଆରମ୍ଭ କରି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପର୍ଯ୍ୟନ୍ତ, ଅମ୍ବିକା ସୋନିଙ୍କଠାରୁ ଆରମ୍ଭ କରି ଗୁଲାମନବୀ ଆଜାଦଙ୍କ ପର୍ଯ୍ୟନ୍ତ କୌଣସି ବରିଷ୍ଠ ନେତା ଦଳର ସାଂଗଠନିକ ଶକ୍ତି ବୃଦ୍ଧି କିମ୍ବା ରଣନୀତି କାର୍ଯ୍ୟକାରୀ କରିବା ଦିଗରେ ସହାୟକ ହୋଇପାରୁନାହାନ୍ତି। ଏହି ନେତାମାନେ କେବଳ ବିଜେପି ଏବଂ ଏନ୍‌ଡିଏ ସରକାରଙ୍କୁ ସମାଲୋଚନା କରି କାଁ ଭାଁ ବୟାନ ଦେବା ବ୍ୟତୀତ ଅଧିକ କିଛି କରିପାରୁ ନଥିବା କୁହାଯାଉଛି। କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ପ୍ରାୟ ୨୦ ଜଣ ସଦସ୍ୟ ଏବେ ୭୦ ବର୍ଷରୁ ଅଧିକ ବୟସର। ସେମାନଙ୍କଠାରୁ ରାହୁଲ ଆବଶ୍ୟକ ସହଯୋଗ ପାଉନଥିବା ପରୋକ୍ଷରେ ସୂଚାଇ ଦେଇଛନ୍ତି।

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ବୟୋବୃଦ୍ଧ ନେତାମାନଙ୍କ ଭିଡ଼ ଭିତରେ ଏକ ପ୍ରକାର ବାଟବଣା ହୋଇଯାଇଥିଲା। ଏବେ ରାହୁଲ ଏଭଳି ନେତାଙ୍କଠାରୁ ମୁକ୍ତି ପାଇବାକୁ ବାଟ ଖୋଜୁଛନ୍ତି। ତେବେ ସେ ଯଦି ମୋଦୀଙ୍କଠାରୁ ଶିକ୍ଷା ନେଇ ନିର୍ବାଚନ ପୂର୍ବରୁ କିଛି ପଦକ୍ଷେପ ନେଇଥାନ୍ତେ ତା’ହେଲେ କଂଗ୍ରେସକୁ ଏଭଳି ଅସହାୟକ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା।

ରାହୁଲଙ୍କ ନିଷ୍ପତ୍ତିକୁ ପ୍ରଶଂସା କଲେ ପ୍ରିୟଙ୍କା
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧୀଙ୍କ ଆନୁଷ୍ଠାନିକ ଇସ୍ତଫା ଘୋଷଣାକୁ ଦଳର ସାଧାରଣ ସଂପାଦିକା ତଥା ଭଉଣୀ ପ୍ରିୟଙ୍କା ଗାନ୍ଧି ପ୍ରଶଂସା କରିଛନ୍ତି। ରାହୁଲ ଯେଭଳି ସାହସର ସହିତ ପଦକ୍ଷେପ ନେଇଛନ୍ତି, ତାହା ଖୁବ୍‌ କମ୍‌ ଲୋକଙ୍କଠାରେ ଦେଖିବାକୁ ମିଳେ ବୋଲି ପ୍ରିୟଙ୍କା ଟ୍ବିଟ୍‌ କରି କହିଛନ୍ତି। ରାହୁଲଙ୍କ ଇସ୍ତଫାକୁ ନେଇ ମେ ୨୫ରୁ ସସ୍‌ପେନ୍ସ ଜାରି ରହିଥିବା ବେଳେ ଗତକାଲି ରାହୁଲ ଆନୁଷ୍ଠାନିକ ଭାବେ ତାଙ୍କର ଇସ୍ତଫା ସଂପର୍କରେ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe