କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ: ରାସ୍ତା ଅବରୋଧ, ଗାଡ଼ି ଜାଳିଦେଲେ

Advertisment

ସଂସଦରେ ଶକ୍ତି ପ୍ରଦର୍ଶନ, ଖଡ଼ଗେ, ଥରୁରଙ୍କ ସମେତ ୭୫ ସାଂସଦ ଅଟକ

ସଂସଦରେ ଶକ୍ତି ପ୍ରଦର୍ଶନ, ଖଡ଼ଗେ, ଥରୁରଙ୍କ ସମେତ ୭୫ ସାଂସଦ ଅଟକ

କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ: ରାସ୍ତା ଅବରୋଧ, ଗାଡ଼ି ଜାଳିଦେଲେ

India Today

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଇଡି ଜେରାକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ‘ଷ୍ଟପ୍‌ ମିସୟୁଜ୍‌ ଅଫ୍‌ ଇଡି’ ବ୍ୟାନର ଧରି କଂଗ୍ରେସ କର୍ମୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଇଡି ବିରୋଧରେ ଶକ୍ତି ପ୍ରଦର୍ଶନ କରି କଂଗ୍ରେସ ନେତାମାନେ ଆଜି ସଂସଦ ପରିସର‌ରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ‌ଟ୍ରେନ୍‌ ଅଟକାଇଛନ୍ତି ଏବଂ କିଛି ସ୍ଥାନରେ ଯାନବାହନ ଜାଳି ଦେଇଛନ୍ତି। ତେବେ ଏହି ବିକ୍ଷୋଭକୁ ବିରୋଧ କରି ଦିଲ୍ଲୀ ପୁଲିସ ଆଜି ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ବରିଷ୍ଠ ନେତା ଶଶି ଥରୁର୍‌ଙ୍କ ସମେତ ମୋଟ୍‌ ୭୫ କଂଗ୍ରେସ ସାଂସଦଙ୍କୁ ଅଟକ ରଖିଛି। ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ, ଅଜୟ ମାକେନ, ମଣିକମ ଟାଗୋର, କେସି ବେଣୁଗୋପାଳ, ଅଧୀର ରଂଜନ ଚୌଧୁରୀ, ସଚିନ ପାଇଲଟ, ହରିଶ ରାୱତ, ଅଶୋକ ଗେହଲଟ, କେ ସୁରେଶ ଏବଂ ଅନ୍ୟମାନେ ଆଜି ଅଟକ ରହିଛନ୍ତି। କଂଗ୍ରେସ ସାଂସଦମାନେ ଆଜି ସଂସଦରୁ କଂଗ୍ରେସ ମୁଖ୍ୟାଳୟ ଅଭିମୁଖେ ଯାଉଥିବା ବେଳେ ସେମାନଙ୍କୁ ଦିଲ୍ଲୀ ପୁଲିସ ବସ୍‌ରେ ଉଠାଇ ନେଇଥିଲା।

ଅନ୍ୟପକ୍ଷେ ସୋନିଆଙ୍କୁ ଇଡି ଜେରା ବିରୋଧରେ ଆଜି କିଛି ଯୁବ କଂଗ୍ରେସ କର୍ମୀ ହିଂସାତ୍ମକ ଆନ୍ଦୋଳନ କରିଛନ୍ତି। କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ଟ୍ରେନ୍‌ ଅଟକାଇବା ସହ ଯାନବାହନ ଜାଳି ଦେଇଛନ୍ତି। ବେଙ୍ଗାଲୁରୁରେ ଇଡି ଅଫିସ୍‌ ବାହାରେ ଦଳୀୟ କର୍ମୀମାନେ ଏକ କାର୍‌ରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାରେ ୧୧ ଜଣ ଅଟକ ରହିଛନ୍ତି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ନେତୃତ୍ବରେ କଂଗ୍ରେସ ନେତା ଏବଂ କର୍ମୀମା‌ନେ ଆଜି କ୍ବିନ୍ସ ରୋଡ୍‌ ସ୍ଥିତ ପାର୍ଟି ଅଫିସ୍‌ରୁ ରୢାଲି କରିଥିଲେ। ଦିଲ୍ଲୀରେ ଦଳୀୟ କର୍ମୀମାନେ ରେଳ ଟ୍ରାକ୍‌ରେ ଆନ୍ଦୋଳନ କରିଥିଲେ। ଶିବାଜୀ ବ୍ରିଜ୍‌ ଷ୍ଟେସନ୍‌ରେ ସେମାନେ ‌ଟ୍ରେନ୍‌ ଅଟକାଇଥିଲା। ହାଇଦ୍ରାବାଦରେ ରାଜ୍ୟ ବିଧାନସଭା ଆଗରେ ଆନ୍ଦୋଳନକାରୀମାନେ ଏକ ଦୁଇ ଚକିଆ ଗାଡ଼ି ଭଙ୍ଗାରୁଜା କରି ଜାଳି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe