ନୂଆଦିଲ୍ଲୀ : ଦେଶର ଅର୍ଥମନ୍ତ୍ରୀ କିଏ ? ଏ ପ୍ରଶ୍ନ ଆଜି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚାରିଛି। ଦେଶର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଅସୁସ୍ଥ ଥିବାବେଳେ ପୀୟୂଷ ଗୋଏଲ୍ଙ୍କୁ ଅର୍ଥ ବିଭାଗ ପରି ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ତେବେ ଏନେଇ ଅର୍ଥ ମନ୍ତ୍ରାଳୟର େଓ୍ଵବସାଇଟ୍ ଗୋଟିଏ ତଥ୍ୟ ଦେଉଥିବା ବେଳେ ପିଏମ୍ଓ େଓ୍ଵବସାଇଟ୍ରେ ଅନ୍ୟ ଏକ ତଥ୍ୟ ଦିଆଯାଇଛି। ପିଏମ୍ଓ େଓ୍ଵବସାଇଟ୍ରେ ଜେଟ୍ଲିଙ୍କୁ କୌଣସି ବିଭାଗ ଦିଆଯାଇନଥିବାବେଳେ ପିୟୁଶଙ୍କୁ ଅର୍ଥ, ରେଳ, ଖଣି ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଭାବେ ଦର୍ଶାଯାଇଛି।
ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ପ୍ରଶ୍ନ: ଅର୍ଥମନ୍ତ୍ରୀ କିଏ?
Advertisment
Follow Us