ପ୍ରଶାନ୍ତ କିଶୋରଙ୍କ ଯୋଜନା ନେଇ କଂଗ୍ରେସର ମନ୍ଥନ

Advertisment

ଦଳରେ ବଡ଼ ପଦ ଚାହୁଛନ୍ତି ପିକେ

ଦଳରେ ବଡ଼ ପଦ ଚାହୁଛନ୍ତି ପିକେ

ପ୍ରଶାନ୍ତ କିଶୋରଙ୍କ ଯୋଜନା ନେଇ କଂଗ୍ରେସର ମନ୍ଥନ

ନୂଆଦିଲ୍ଲୀ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବା ସଂକ୍ରାନ୍ତରେ ବିଭିନ୍ନ ପ୍ରସ୍ତାବ ଦେଇଥିବାରୁ ଏହାକୁ ନେଇ ଦଳରେ ମନ୍ଥନ ଚାଲିଛି। କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏବଂ ପୂର୍ବ ସଭାପତି ରାହୁଲ ଗାନ୍ଧି ଏ ବାବଦରେ ଦଳର ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ ଜାରି ରଖିଛନ୍ତି। ବରିଷ୍ଠ ନେତା କମଲନାଥ, ମଲ୍ଲିକାର୍ଜୁନ ଖାଡ଼ଗେ, ଏ.କେ. ଆଣ୍ଟୋନି, ଅଜୟ ମାକେନ, ଆନନ୍ଦ ଶର୍ମା, ହରୀଶ ରାୱତ, ଅମ୍ବିକା ସୋନି ଏବଂ କେ.ସି. ବେଣୁଗୋପାଲଙ୍କ ସହ ରାହୁଲ ଆଲୋଚନା କରିଥିବା ଜଣାପଡ଼ିଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋର କେତେକ ବଡ଼ ଯୋଜନା କରିଛନ୍ତି ଏବଂ ତଦନୁଯାୟୀ ପଦକ୍ଷେପ ନେବାକୁ ରାହୁଲଙ୍କୁ କହିଥିବା ଜଣାପଡ଼ିଛି।

ତେବେ ପ୍ରଶାନ୍ତ କିଶୋର ମଧ୍ୟ କଂଗ୍ରେସରେ ଏକ ବଡ଼ ଭୂମିକା ଚାହୁଥିବା ଜଣାପଡ଼ିଛି। ଦଳର ବରିଷ୍ଠ ନେତାମାନେ ସପ୍ତାହକ ତଳେ ମଧ୍ୟ ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରି ପ୍ରଶାନ୍ତ କିଶୋର ଦଳରେ ଫିଟ୍ ହୋଇପାରିବେ କି ନାହିଁ ସେ ବିଷୟରେ ଆଲୋଚନା କରିଥିଲେ। ପ୍ରଶାନ୍ତ କିଶୋର ଦଳରେ ଯୋଗ ଦେଲେ ଦଳରେ ତାଙ୍କ ଭୂମିକା କ’ଣ ରହିବ ସେ ନେଇ ଏକ ଯୋଜନା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଏହି ବୈଠକରେ ଉପସ୍ଥିତ ଥିବା ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ, ରାହୁଲ ଗାନ୍ଧି ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ସମ୍ଭାବନା ବିଷୟରେ କହିଥିଲେ। ଏହାର ଭଲମନ୍ଦ ଦିଗ ଉପରେ ଆଲୋଚନା କରାଯାଇଥିଲା ଏବଂ ପରାମର୍ଶ ନିଆଯାଇଥିଲା।

ବରିଷ୍ଠ ନେତାମାନେ କହିଛନ୍ତି,ଏହା ଏଭଳି ଏକ ସମୟ, ଯେତେବେଳେ ନୂତନ ଚିନ୍ତାଧାରା ଓ ରଣନୀତି ଗ୍ରହଣ କରାଯିବ ଉଚିତ। ପ୍ରଶାନ୍ତ କିଶୋରଙ୍କୁ ଦଳକୁ ଆଣିବାରେ କୌଣସି କ୍ଷତି ନାହିଁ ବୋଲି ସେମାନେ ମତ ରଖିଥିବା କୁହାଯାଉଛି । ପ୍ରଶାନ୍ତ କିଶୋର ଏହା ପୂର୍ବରୁ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଭେଟିଥିଲେ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେମାନେ କଂଗ୍ରେସକୁ ପୁନର୍ଜୀବିତ କରିବା ବିଷୟରେ ଆଲୋଚନା କରିଥିବା ଜଣାପଡିଛି। ୨୦୨୨ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ରଣନୀତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe