ରାଜସ୍ଥାନରେ କୃଷିଋଣ ଛାଡ଼ କରିବ କଂଗ୍ରେସ

Advertisment
ଚକଡ଼ାକୁ ନେଇ ଅସନ୍ତୋଷ ଝାଡ଼ିଲା କଂଗ୍ରେସ

ଜୟପୁର : ଆସନ୍ତା ଡିସେମ୍ବର ୭ ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ପ୍ରମୁଖ ଦଳ ଗୁଡ଼ିକ ଭୋଟରଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି। ଆଜି କଂଗ୍ରେସ ରାଜସ୍ଥାନରେ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ରାଜ୍ୟ କଂଗ୍ରେସ ମୁଖ୍ୟ ସଚିନ ପାଇଲଟ୍‌ ଆଜି ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି। ଇସ୍ତାହାରରେ କୃଷକ ଏବଂ ଯୁବପିଢ଼ିଙ୍କୁ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। କୃଷି ଋଣଛାଡ଼, କୃଷକଙ୍କୁ ପେନସନ୍‌ ଏବଂ ଜିଏସ୍‌ଟିରୁ କୃଷି ଉପକରଣକୁ ବାଦ୍‌ ପାଇଁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ କ୍ଷମତାକୁ ଆସିବାର ୧୦ ଦିନ ମଧ୍ୟରେ ସେ କୃଷିଋଣ ଛାଡ଼ କରିବେ। ଯୁବପିଢ଼ିଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ‌ଯେଉଁମାନେ ନିଜର ବ୍ୟବସାୟ କରିବାକୁ ଚାହୁଛନ୍ତି ସେମାନଙ୍କୁ ଋଣ ଦିଆ‌ଯିବ ଏବଂ ଚାକିରି ନଥିବା ଯୁବକମାନଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ମହିଳାଙ୍କୁ ମାଗଣା ଶିକ୍ଷା ଏବଂ ରାଜ୍ୟକୁ ଆସୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଯାତାୟତ ମାଗଣା କରାଯିବ। ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷାପାଇଁ ଏକ ଆଇନ ଅଣାଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି। ସେହିପରି ଇସ୍ତାହାରକୁ ସଠିକ୍‌ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବାପାଇଁ ୩୦ ଦିନ ମଧ୍ୟରେ ଦଳ ଏକ ଉତ୍ତରଦାୟିତ୍ବ ବିଧେୟକ ଆଣିବ ବୋଲି ପାଇଲଟ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe