ମୋଦୀ ସରକାର ଏନ୍‌ପିଆର୍‌ ସହ ଏନ୍‌ଆର୍‌ସିକୁ ସଂଯୁକ୍ତ କରିବାକୁ ଉଦ୍ୟମ କରୁଛି: କଂଗ୍ରେସ

ବ୍ରହ୍ମପୁର: ମହାନଗରରେ କଂଗ୍ରେସ ମଂଗ ଧରିବ କିଏ?

financialexpress.com

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବର୍ତ୍ତମାନ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର୍‌) ମାଧ୍ୟମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ଆଣିବାକୁ ଉଦ୍ୟମ କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ସିଏଏ ଓ ଏନ୍‌ଆର୍‌ସିକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବା ବେଳେ ମୋଦୀ ସରକାର ଚତୁରତାର ସହ ଏନ୍‌ପିଆର୍‌ ଜରିଆରେ ଏନ୍‌ଆର୍‌ସିକୁ ଆଣିବାକୁ ଯାଉଛନ୍ତି ବୋଲି ବରିଷ୍ଠ କଂଗ୍ରେସ ମୁଖପାତ୍ର ଅଜୟ ମାକେନ୍‌ କହିଛନ୍ତି। ତେବେ ମୋଦୀ ସରକାର ଯଦି କୌଣସି ପରିସ୍ଥିତିରେ ଏନ୍‌ପିଆର୍‌କୁ ଏନ୍‌ଆର୍‌ସି ସହ ସଂଯୁକ୍ତ କରନ୍ତି ତେବେ କଂଗ୍ରେସ ଏହା ବିରୋଧରେ ସାରା ‌ଦେଶରେ ଆନ୍ଦୋଳନ କରିବ ବୋଲି ଶ୍ରୀ ମାକେନ୍‌ କହିଛନ୍ତି। ଏନ୍‌ପିଆର୍‌ରେ ପଚରା ଯାଉଥିବା ପ୍ରଶ୍ନାବଳୀ ଏନ୍‌ଆର୍‌ସି ସହ ସମ୍ପୃକ୍ତ ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଏହାକୁ ଦେଶତମାମ ବିରୋଧ କରିବାକୁ ଆହ୍ବାନ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe