ପାକିସ୍ତାନର ଭାଷା କହୁଛି କଂଗ୍ରେସ

Advertisment

ମୋଦି ଭୂତ ଉପରେ ଆକ୍ରମଣ କରୁଛନ୍ତି: ଚିଦମ୍ବରମ

ମୋଦି ଭୂତ ଉପରେ ଆକ୍ରମଣ କରୁଛନ୍ତି: ଚିଦମ୍ବରମ

ପାକିସ୍ତାନର ଭାଷା କହୁଛି କଂଗ୍ରେସ

ananth.org

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇ କଂଗ୍ରେସର କଶ୍ମୀର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। କଶ୍ମୀରକୁ ସ୍ୱାଧୀନ କରିବାକୁ ଚାହୁଥିବା କଂଗ୍ରେସ ନେତାମାନେ ପାକିସ୍ତାନର ଭାଷା କହୁଛନ୍ତି ଏବଂ ଏହା ଦେଶର ଯବାନଙ୍କ ପାଇଁ ଅପମାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କଂଗ୍ରେସ ନେତା ପି. ଚିଦମ୍ବରମ କଶ୍ମୀର ପାଇଁ ଅଧିକ ସ୍ୱାଧୀନତା ଦାବି କରିଥିବାରୁ ଏହାର ତୀବ୍ର ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କଂଗ୍ରେସ ନେତାଙ୍କ ବୟାନ ଦେଶର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଛି ଏବଂ ଏହାକୁ କେବେହେଲେ ସାକାର ହେବାକୁ ଦିଆଯିବ ନାହିଁ। କଂଗ୍ରେସ ଲଜ୍ଜାହୀନ ଭାବେ ପାକିସ୍ତାନର ଭାଷା କହୁଛି ଏବଂ ବିଚ୍ଛିନ୍ନତାବାଦୀଙ୍କୁ ପ୍ରୋତ୍ସାହନ ଦେଇଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଚିଦମ୍ବରମଙ୍କ ନାମ ନନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ କଶ୍ମୀରର ସ୍ୱାଧୀନତା ଦାବି ସହିତ ସ୍ୱର ମିଳାଉଥିବା ଲୋକେ ଦେଶ ସ୍ୱାର୍ଥକୁ ଗୌଣ କରି ସମସ୍ୟା ବଢ଼ାଉଛନ୍ତି। ଦେଶର ବୀର ଯବାନଙ୍କ ବଳିଦାନକୁ ସମ୍ମାନ ଦେବା ବଦଳରେ ଏହାକୁ ନେଇ ଯେଉଁମାନେ ରାଜନୀତି କରିବାକୁ ଚାହଛନ୍ତି ସେମାନେ କେବେହେଲେ ଦେଶର ମଂଗଳ କରିପାରିବେ ନାହିଁ। ଦେଶର ଅଖଣ୍ଡତା ଏବଂ ଏକତାକୁ କୌଣସି ସ୍ଥିତିରେ ସଙ୍କଟରେ ପଡ଼ିବାକୁ ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସର୍ଜିକାଲ ଷ୍ଟ୍ରାଇକ୍‌କୁ ମଧ୍ୟ କଂଗ୍ରେସ ସମାଲୋଚନା କରିଥିବାରୁ ଏହି ଦଳର ମାନସିକତା ସଂପର୍କରେ ସବୁକିଛି ସ୍ପଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି।

କଶ୍ମୀର ପ୍ରସଙ୍ଗରେ ଚିଦମ୍ବରମଙ୍କ ବୟାନରୁ କଂଗ୍ରେସ ନିଜକୁ ଦୂରେଇ ନେଇଥିବା ବେଳେ ଚିଦମ୍ବରମ ଆଜି ନିଜର ପକ୍ଷ ରଖି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ପୂରା ବୟାନ ନପଢ଼ି କେବଳ ଉପରଠାଉରିଆ ଭାବେ ଏକ ଭୂତର ପରିକଳ୍ପନା କରି ତାହାକୁ ସମାଲୋଚନା କରୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe