ଦୁର୍ନୀତିଖୋର ବିଜେପି ନେତାଙ୍କୁ ଜେଲ ପଠାଇବୁ: କଂଗ୍ରେସ

Advertisment
ଦୁର୍ନୀତିଖୋର ବିଜେପି ନେତାଙ୍କୁ ଜେଲ ପଠାଇବୁ: କଂଗ୍ରେସ

ନୂଆଦିଲ୍ଲୀ : ଦୁର୍ନୀତିି ପ୍ରସଙ୍ଗରେ ଆଜି କଂଗ୍ରେସ ପକ୍ଷରୁ ବିଜେପିକୁ କଡ଼ା ଭର୍ତ୍ସନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଣିଶୁଣି ଦଳର ଦୁର୍ନୀତିଖୋର ନେତାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ସେମାନଙ୍କ ବିରୋଧରେ ତଦନ୍ତ ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ତେବେ କଂଗ୍ରେସ ଯଦି କ୍ଷମତାକୁ ଆସେ, ପ୍ରଥମେ ଏହି ଦୁର୍ନୀତିିଖୋର ବିଜେପି ନେତାଙ୍କୁ ଜେଲ ପଠାଯିବ ବୋଲି କଂଗ୍ରେସ କହିଛି। ଦଳର ମୁଖପାତ୍ର ଆର୍‌ ପି ଏନ୍‌ ସିଂହ କହିଛନ୍ତି, ଆମେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ପୁଅଙ୍କ କାରନାମା ପ୍ରସଙ୍ଗ ମଧ୍ୟ ଉଠାଇଥିଲୁ। କିନ୍ତୁ ପ୍ରଧାନମନ୍ତ୍ରୀ ଏ ବାବଦରେ ଚୁପ୍‌ ରହିବା ଦେଶବାସୀଙ୍କୁ ଚକିତ କରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe