ପଶ୍ଚିମବଙ୍ଗ: ନିର୍ବାଚନୀ ବିଗୁଲ ବାଜିବା ପୂର୍ବରୁ କଂଗ୍ରେସ ଓ ବାମଦଳ ମେଣ୍ଟ କରି ୧୯୩ ଆସନ ପାଇଁ ଶେଷ କଲେ ଭାଗବଣ୍ଟା

Advertisment

ବାମଦଳ ୧୦୧ ଓ କଂଗ୍ରେସ ୯୨ଟି ଆସନରେ ଲଢ଼ିବ; ଅବଶିଷ୍ଟ ୧୦୧ ଆସନ ପାଇଁ ନିଷ୍ପତ୍ତି ପରେ

ବାମଦଳ ୧୦୧ ଓ କଂଗ୍ରେସ ୯୨ଟି ଆସନରେ ଲଢ଼ିବ; ଅବଶିଷ୍ଟ ୧୦୧ ଆସନ ପାଇଁ ନିଷ୍ପତ୍ତି ପରେ

ପଶ୍ଚିମବଙ୍ଗ: ନିର୍ବାଚନୀ ବିଗୁଲ ବାଜିବା ପୂର୍ବରୁ କଂଗ୍ରେସ ଓ ବାମଦଳ ମେଣ୍ଟ କରି ୧୯୩ ଆସନ ପାଇଁ ଶେଷ କଲେ ଭାଗବଣ୍ଟା

News24

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଚାରିରୁ ପାଞ୍ଚ ମାସ ବାକି ରହି ଯାଇଥିବା ବେଳେ ଏବେଠାରୁ ସବୁ ରାଜନୈତିକ ଦଳ ନିର୍ବାଚନକୁ ନେଇ ବେଶ ତତ୍ପର ହୋଇ ଉଠିଲେଣି। ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାୟ ମାସାଧିକ କାଳ ତଳୁ ରାଜ୍ୟରେ ନିଜ ନିଜ ସପକ୍ଷରେ ପ୍ରାକ୍‌ ନିର୍ବାଚନୀ ପ୍ରଚାର ଆରମ୍ଭ ଦେଇଥିବା ବେଳେ ଆଜି ଏମାନଙ୍କ ଠାରୁ ଆଉ ପାଦେ ଆଗେଇ ଯାଇଛି ରାଜ୍ୟର କଂଗ୍ରେସ ଓ ବାମ ମେଣ୍ଟ।

ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିବାର ବହୁ ପୂର୍ବରୁ ଆଜି (ଗୁରୁବାର) ପଶ୍ଚିମବଙ୍ଗ ବିଧାନସଭାର ମୋଟ ୨୯୪ଟି ଆସନ ମଧ୍ୟରୁ ୧୯୩ଟି ଆସନରେ ଉଭୟ କଂଗ୍ରେସ ଓ ବାମଦଳ ପ୍ରାଥମିକ ପର୍ଯ୍ୟାୟରେ ଆସନ ଭାଗବଣ୍ଟାକୁ ଚୂଡ଼ାନ୍ତ କରି ଦେଇଛନ୍ତି। ଏହି ଉଦ୍ଦେଶ୍ୟରେ ଆଜି କୋଲାକାତାର ରାଜ୍ୟ କଂଗ୍ରେସ ମୁଖ୍ୟାଳୟ ବିଧାନ ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବାମ ଦଳର ଅଧ୍ୟକ୍ଷ ବିମାନ ବୋଷଙ୍କ ସମେତ ଉଭୟ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

publive-image News24

ବୈଠକ ପରେ ରାଜ୍ୟ କଂଗ୍ରେସ ସଭାପତି ଅଧୀର ଚୌଧୁରୀ ଏ ସଂପର୍କରେ ସୂଚନା ଦେଇ କହିଛନ୍ତ ଯେ ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଉଭୟ କଂଗ୍ରେସ ଓ ବାମ ଦଳ ମେଣ୍ଟ କରି ନିର୍ବାଚନ ଲଢ଼ିବେ। ଏଥିପାଇଁ ପ୍ରଥମ ଦଫାରେ ୧୯୩ଟି ଆସନରେ ଉଭୟ ଦଳର ଭାଗବଣ୍ଟା ଶେଷ ହୋଇଛି। ଏଥିମଧ୍ୟରୁ ବାମଦଳ ୧୦୧ଟି ଆସନରେ ଏବଂ କଂଗ୍ରେସ ୯୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଭାଗବଣ୍ଟା ଶେଷ ହୋଇଥିବା ୧୯୩ଟି ଆସନ ମଧ୍ୟରେ ଉଭୟ ଦଳ ଗତ ୨୦୧୬ ନିର୍ବାଚନରେ ଜିତିଥିବା ୭୭ ଟି ଆସନ ଅନ୍ତର୍ଭୁକ୍ତ ରହିଛି। ଏଥି ମଧ୍ୟରୁ କଂଗ୍ରେସ ୪୪ଟି ଆସନ ଏବଂ ବାମଦଳ ୩୩ଟି ଆସନରେ ଜିତିଥିଲା। ଅବଶିଷ୍ଟ ୧୦୧ଟି ଆସନ ଉପରେ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ଉଭୟ ଦଳର ମିଳିତ ବୈଠକ ପରେ ନିଆଯିବ ବୋଲି ସେ କହିଛନ୍ତି।

ରାଜ୍ୟରେ ସଂକୀର୍ଣ୍ଣ ରାଜନୀତିକୁ ପ୍ରୋତ୍ସାହିତ କରୁଥିବା ଶାସକ ତୃଣମୂଳ କଂଗ୍ରେସ ଏବଂ ବିଜେପି ବିରୋଧରେ ଉଭୟ କଂଗ୍ରେସ ଏବଂ ବାମଦଳ ଏକାଠି ମେଣ୍ଟ ଗଠନ କରି ନିର୍ବାଚନ ଲଢ଼ିବେ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe