Advertisment

ଆମ୍ବେଦକରଙ୍କ ସଂପର୍କିତ ବୟାନ ପାଇଁ ଶାହାଙ୍କ ଇସ୍ତଫା ଦାବି କଲା କଂଗ୍ରେସ

Advertisment

ରାଜ୍ୟସଭାକୁ ସମ୍ବୋଧିତ କରିବା ବେଳେ ଶାହା ବିଆର୍‌ ଆମ୍ବେଦକର୍‌ଙ୍କ ସଂପର୍କରେ ଦେଇଥିବା ଏକ ବୟାନ ପାଇଁ ତାଙ୍କୁ ଘେରିଛି କଂଗ୍ରେସ। ତାଙ୍କ ବୟାନ ପାଇଁ କଂଗ୍ରେସ ଗୃହରେ ତାଙ୍କ ଇସ୍ତଫା ଦାବି କରିଛି।

ରାଜ୍ୟସଭାକୁ ସମ୍ବୋଧିତ କରିବା ବେଳେ ଶାହା ବିଆର୍‌ ଆମ୍ବେଦକର୍‌ଙ୍କ ସଂପର୍କରେ ଦେଇଥିବା ଏକ ବୟାନ ପାଇଁ ତାଙ୍କୁ ଘେରିଛି କଂଗ୍ରେସ। ତାଙ୍କ ବୟାନ ପାଇଁ କଂଗ୍ରେସ ଗୃହରେ ତାଙ୍କ ଇସ୍ତଫା ଦାବି କରିଛି।

saha

ନୂଆଦିଲ୍ଳୀ:  ବୁଧବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ କଂଗ୍ରେସ ଅଭିଯୋଗ ଆଣି ବିରୋଧ ପ୍ରଦର୍ଶନ କରିବା ହେତୁ ସଂସଦର କାର୍ଯ୍ୟରେ ବାଧା ଉପୁଜିଛି। ରାଜ୍ୟସଭାକୁ ସମ୍ବୋଧିତ କରିବା ବେଳେ ଶାହା ବିଆର୍‌ ଆମ୍ବେଦକର୍‌ଙ୍କ ସଂପର୍କରେ ଦେଇଥିବା ଏକ ବୟାନ ପାଇଁ ତାଙ୍କୁ ଘେରିଛି କଂଗ୍ରେସ। ତାଙ୍କ ବୟାନ ପାଇଁ କଂଗ୍ରେସ ଗୃହରେ ତାଙ୍କ ଇସ୍ତଫା ଦାବି କରିଛି।

ସଂସଦରେ ବିଭିନ୍ନ ପ୍ରସଙ୍ଗରେ ନିଜର ଅନନ୍ୟ ବିରୋଧ ପ୍ରଦର୍ଶନ ଜାରି ରଖି କଂଗ୍ରେସ ଏବଂ ବିରୋଧୀ ସାଂସଦମାନେ ବିଆର ଆମ୍ବେଦକରଙ୍କ ଫଟୋ ଉଠାଇ  'ଜୟ ଭୀମ' ଏବଂ 'ଅମିତ ଶାହା ମାଫି ମାଙ୍ଗୋ' ସ୍ଲୋଗାନ ଦେଇଥିଲେ। କଂଗ୍ରେସ ନେତାମାନେ ରାଜ ଭବନ ବାହାରେ ପ୍ଲାକାର୍ଡ ସହିତ ପ୍ରଦର୍ଶନ କରୁଥିବାରୁ ଏହି ପ୍ରସଙ୍ଗ ଅନ୍ୟ ରାଜ୍ୟରେ ମଧ୍ୟ ପ୍ରତିଫଳିତ ହୋଇଛି।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଅମିତ ଶାହାଙ୍କୁ ସମ୍ବିଧାନର ସ୍ଥପତିଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି ଏବଂ ତାଙ୍କ ଇସ୍ତଫା ଦାବି କରିଛନ୍ତି।

ଖର୍ଗେ କହିଛନ୍ତି, ‘‘ଅମିତ କହିଥିଲେ ଯେ ଯେତେ ଥର ତୁମେ ଆମ୍ବେଦକରଙ୍କ ନାମ ନେଉଛ ଯଦି ସେତେ ଥର ଭଗବାନଙ୍କ ନାମ ନେଇଥାନ୍ତ ତ ସ୍ୱର୍ଗରେ ସ୍ଥାନ ପାଇଥାନ୍ତ। ଏହାର ଅର୍ଥ ହେଉଛି ଯେ ଆମ୍ବେଦକରଙ୍କ ନାମ ନେବା ପାପ ଅଟେ। ମୁଁ ସେଠାରେ ଏହାର ଉତ୍ତର ରଖିବାକୁ ନିଜ ହାତ ଟେକିଥିଲି। ମାତ୍ର ମୋତେ କହିବାର ସୁଯୋଗ ମିଳିଲା ନାହିଁ।

ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଯେଉଁମାନେ ମନୁସ୍ମୃତିରେ ବିଶ୍ୱାସ କରନ୍ତି ସେମାନେ ନିଶ୍ଚିତ ଭାବରେ ଆମ୍ବେଦକରଙ୍କ ସହ ବିବାଦ କରିବେ। ସେହିପରି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସାଂସଦ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଆମ୍ବେଦକର ଜଣେ ଭଗବାନଙ୍କଠାରୁ କମ୍ ନୁହଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe