ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଶିବିରରେ ଛନକା : ବିଧାୟକ ପ୍ରାର୍ଥୀଙ୍କୁ ଆସାମରୁ ରାଜସ୍ଥାନ ନେଲା ଦଳ

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଶିବିରରେ ଛନକା : ବିଧାୟକ ପ୍ରାର୍ଥୀଙ୍କୁ ଆସାମରୁ ରାଜସ୍ଥାନ ନେଲା ଦଳ

photo-aajtak

ନୂଆଦିଲ୍ଲୀ: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଯାଇଛି | ଆଉ ମେ ୨ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ | ତେବେ ଏହା ପୂର୍ବରୁ କଂଗ୍ରେସକୁ ଘାରିଛି ଦଳଡିଆଁ ଭୟ | କଂଗ୍ରେସ ଟିକଟରେ ଆସାମରେ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀମାନଙ୍କୁ କଂଗ୍ରେସ ଏବେ ସୁଦୂର ରାଜସ୍ଥାନର ଜୟପୁରକୁ ନେଇଥିବା ସୂଚନା ମିଳିଛି | କୁହାଯାଉଛି ଯେ ଏହି ବିଧାୟକ ପ୍ରାର୍ଥୀମାନେ ଏବେ ରାଜସ୍ଥାନ ଜୟପୁରର ଫେୟାର ମାଉଣ୍ଟ୍ ହୋଟେଲରେ ଅଛନ୍ତି | ଯେଭଳି ନିର୍ବାଚନ ଫଳାଫଳ ଘୋଷଣା ପରେ ଅନ୍ୟ କୌଣସି ଦଳ ବିଜୟୀ ପ୍ରାର୍ଥୀଙ୍କୁ ନିଜ ଆଡକୁ ନେଇ ସରକାର ଗଠନ ନ କରିପାରେ ସେହି ଲକ୍ଷ୍ୟରେ କଂଗ୍ରେସ ଏଭଳି ପଦକ୍ଷେପ ନେଇଥିବା ଶୁଣିବାକୁ ମିଳୁଛି |

ମିଳିଥିବା ସୂଚନା ମୁତାବକ ଆସାମରେ ଘୋଡା ବେପାର ହେବାର ଆଶଙ୍କା କରି କଂଗ୍ରେସ ହାଇକମାଣ୍ଡ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ଜୟପୁରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ | ମିଡ଼ିଆ ରିପୋର୍ଟ ମୁତାବକ କଂଗ୍ରେସ ସହ ଏଆଇୟୁଡିଏଫର କିଛି ପ୍ରାର୍ଥୀଙ୍କୁ ମଧ୍ୟ ଜୟପୁର ପଠାଯାଇଛି | ଏହି ସବୁ ପ୍ରାର୍ଥୀ ଆସନ୍ତା ମେ ୨ ତାରିଖ ଯାଏଁ ସେଠାରେ ରହିବେ ଓ ନିର୍ବାଚନ ଫଳାଫଳ ଘୋଷଣା ପରେ ହିଁ ନିଜ ରାଜ୍ୟକୁ ଫେରିବେ |

କୁହାଯାଉଛି ଯେ ଏଭଳି ପଦକ୍ଷେପ ପଛରେ ସବୁଠାରୁ ବଡ କାରଣ ହେଉଛି ଯେ କିଛି ଦିନ ତଳେ ଆସାମରେ କଂଗ୍ରେସର ସହଯୋଗୀ ଥିବା ବୋଡୋଲାଣ୍ଡ ପିପୁଲସ ଫ୍ରଣ୍ଟର ଜଣେ ବିଧାୟକ ପ୍ରାର୍ଥୀ ମତଦାନର କିଛି ଦିନ ପୂର୍ବରୁ ହିଁ ବିଜେପିରେ ସାମିଲ ହୋଇଯାଇଥିଲେ | ଆଉ ଏହି ଘଟଣା ପରେ କାଳେ ଆଉ କେହି ବିଧାୟକ ପ୍ରାର୍ଥୀ ନିର୍ବାଚନ ଜିତିବା ପରେ ବିଜେପିରେ ସାମିଲ ହୋଇଯିବେ ସେହି ଆଶଙ୍କାରେ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ଜୟପୁରକୁ ପଠାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe