ଆସନ ବୁଝାମଣାକୁ ନେଇ କଂଗ୍ରେସ-ସପା ମଧ୍ୟରେ ମତଭେଦ !

ଉତ୍ତରପ୍ରଦେଶ ଉପନିର୍ବାଚନ ପାଇଁ ପ୍ରିୟଙ୍କା ଗାନ୍ଧି ସପା ଓ କଂଗ୍ରେସ ମଧ୍ୟରେ ମେଣ୍ଟ ପାଇଁ ୬୦/୪୦ ଫର୍ମୁଲା ଦେଇଛନ୍ତି। ଅର୍ଥାତ ସପା ୬ଟିରେ ଓ କଂଗ୍ରେସ ୪ରେ ଲଢିବାକୁ ପ୍ରସ୍ତାବ ଦେଇଛି କଂଗ୍ରେସ ।  ୪ରୁ କମ୍ ଆସନରେ ମେଣ୍ଟକୁ ଗ୍ରହଣ ନ କରିବାକୁ ସେ କଂଗ୍ରେସ ନେତାମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
sp-cong

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ୧୦ଟି ବିଧାନସଭା ଆସନ ପାଇଁ ଖୁବ୍ ଶୀଘ୍ର ଉପନିର୍ବାଚନ ହେବାକୁ ଯାଉଛି। ଏହି ଉପନିର୍ବାଚନର ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ସମସ୍ତ ରାଜନୈତିକ ଦଳ ଏଥିପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି କ୍ରମରେ ସପା ଓ କଂଗ୍ରେସ ମଧ୍ୟରେ ଏକାଠି ନିର୍ବାଚନ ଲଢ଼ିବା ପାଇଁ ଆଲୋଚନା ଚାଲିଛି। ପ୍ରିୟଙ୍କା ଗାନ୍ଧୀ ଶନିବାର ସନ୍ଧ୍ୟାରେ ଦିଲ୍ଲୀରେ ୟୁପି ସଭାପତି ଅଜୟ ରାୟ ଏବଂ ସମସ୍ତ ନବନିଯୁକ୍ତ ସଚିବଙ୍କୁ ଭେଟିଥିଲେ।

ପ୍ରିୟଙ୍କା ଗାନ୍ଧି ସପା ଓ କଂଗ୍ରେସ ମଧ୍ୟରେ ମେଣ୍ଟ ପାଇଁ ୬୦/୪୦ ଫର୍ମୁଲା ଦେଇଛନ୍ତି। ଅର୍ଥାତ ସପା ୬ଟିରେ ଓ କଂଗ୍ରେସ ୪ରେ ଲଢିବାକୁ ପ୍ରସ୍ତାବ ଦେଇଛି କଂଗ୍ରେସ ।  ୪ରୁ କମ୍ ଆସନରେ ମେଣ୍ଟକୁ ଗ୍ରହଣ ନ କରିବାକୁ ସେ କଂଗ୍ରେସ ନେତାମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ, ଏହି ସମୟରେ ୟୁପିର ୧୦ଟି ଆସନରେ ଉପନିର୍ବାଚନକୁ ନେଇ ଚର୍ଚ୍ଚା ହୋଇଥିଲା। ସୂଚନା ଅନୁଯାୟୀ, ପ୍ରିୟଙ୍କା ଗାନ୍ଧି ସପା ଓ କଂଗ୍ରେସ ମଧ୍ୟରେ ମେଣ୍ଟ ପାଇଁ ୬୦/୪୦ ଫର୍ମୁଲା ଦେଇଛନ୍ତି। ଅର୍ଥାତ ସପା ୬ଟିରେ ଓ କଂଗ୍ରେସ ୪ରେ ଲଢିବାକୁ ପ୍ରସ୍ତାବ ଦେଇଛି କଂଗ୍ରେସ ।  ୪ରୁ କମ୍ ଆସନରେ ମେଣ୍ଟକୁ ଗ୍ରହଣ ନ କରିବାକୁ ସେ କଂଗ୍ରେସ ନେତାମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଲୋକସଭା ନିର୍ବାଚନ ଫର୍ମୁଲା ଅନୁଯାୟୀ ଉପନିର୍ବାଚନରେ ସପା ମେଣ୍ଟ କରିବାକୁ ଚାହୁଁଛି ଏବଂ କଂଗ୍ରେସକୁ ସର୍ବାଧିକ ୨ଟି ଆସନ ଦେଉଛି। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ଉଭୟ ଦଳର ନେତୃତ୍ୱରେ ଚୂଡ଼ାନ୍ତ ଆଲୋଚନା ହୁଏ, ତେବେ କଂଗ୍ରେସ ମଧ୍ୟ ୩ଟି ଆସନ ପାଇଁ ରାଜି ହେବ। ସେପଟେ ସପା କେତେକ ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି । ପୁଣି ଦଳ ହରିୟାଣାରେ ବି କଂଗ୍ରେସକୁ ଆସନ ମାଗୁଛି । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ମତଭେଦ ଆରମ୍ଭ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe