ଗୋଆ ସଂକଟ: ବିଦ୍ରୋହ ଟାଳିଲା କଂଗ୍ରେସ, ବିଦ୍ରୋହୀ ବିଧାୟକଙ୍କ ସହ ଏବେ ବି ଯୋଗାଯୋଗରେ ଅଛି ବିଜେପି

Advertisment
ଗୋଆ ସଂକଟ: ବିଦ୍ରୋହ ଟାଳିଲା କଂଗ୍ରେସ, ବିଦ୍ରୋହୀ ବିଧାୟକଙ୍କ ସହ ଏବେ ବି ଯୋଗାଯୋଗରେ ଅଛି ବିଜେପି

www.ndtv.com

ପାନାଜୀ: ଗୋଆ କଂଗ୍ରେସରେ ମହାରାଷ୍ଟ୍ରର ଶିବସେନା ଶୈଳୀରେ ବିଦ୍ରୋହ ଦେଖାଦେଇଥିଲା। ମାତ୍ର ଏବେ କଂଗ୍ରେସ ସେହି ବିଦ୍ରୋହରେ ପୂର୍ଣ୍ଣଛେଦ ପକାଇଥିବା ସୂଚନା ରହିଛି। ବିଦ୍ରୋହୀ ବିଧାୟକମାନଙ୍କ ସହ ବିଜେପି ଏବେ ବି ଯୋଗାଯୋଗରେ ଅଛି ବୋଲି ବି‌ଶେଷ ସୂତ୍ରରୁ ଜାଣିବାକୁ ମିଳିଛି।

ବରିଷ୍ଠ କଂଗ୍ରେସ ବିଧାୟକ ଦିଗମ୍ବର କାମାତଙ୍କ ନେତୃତ୍ବରେ ଅତିକମ୍‌ରେ ୬ ଜଣ ବିଧାୟକ ବିଜେପିରେ ଯୋଗଦେବା ସମ୍ଭାବନା ରହିଥିବା ପୂର୍ବରୁ କୁହାଯାଉଥିଲା। ଏହି ସଂଖ୍ୟା ୧୦ ପର୍ଯ୍ୟନ୍ତ ମଧ୍ୟ ଯାଇପାରେ ବୋଲି ଆକଳନ ହୋଇଥିଲା। ଗୋଆର କଂଗ୍ରେସ ବିଧାୟକମାନେ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଦେଖାଦେଇ ଥିବାବେଳେ ଗୋଆ ଦାୟିତ୍ବରେ ଥିବା ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ନେତା ଦୀନେଶ ଗୁଣ୍ଡୋ ରାଓ କହିଥିଲେ କି, ରାଜ୍ୟର ସମସ୍ତ ୧୧ ଦଳୀୟ ବିଧାୟକଙ୍କୁ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପିତ କରାଯିବ। ମାତ୍ର ଅଚାନକ କଂଗ୍ରେହ ବିଦ୍ରୋହରୁ ଓହରି ଯିବା ପରେ ବିଜେପିର ଯୋଜନା ଫଳପ୍ରଦ ହୋଇ ପାରିନାହିଁ।

ଏହି ବିଦ୍ରୋହରେ କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳ ନେତା ମାଇକେଲ ଲୋବୋଙ୍କ ଭୂମିକା ସନ୍ଦେହଜନକ ରହିଥିବାରୁ ଗତକାଲି କଂଗ୍ରେସ ତାଙ୍କୁ ପଦରୁ ବହିଷ୍କାର କରିଛି। ଅନେକଙ୍କ କହିବା ଅନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନରେ ବିଜୟ ପଥକୁ ସୁଗମ କରିବା ଲାଗି କଂଗ୍ରେସ ବିଧାୟକମାନଙ୍କୁ ନିଜ ଦଳରେ ସାମିଲ କରିବା ଲାଗି ବିଜେପି ଚାହୁଛି। ୨୦୧୯ ଲୋକସଭା ନିର୍ବାଚନରେ ସାଉଥ ଗୋଆ ଲୋକସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ କଂଗ୍ରେସ ହରାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe