ତଥାପି କଂଗ୍ରେସର ଏମର୍ଜେନ୍ସି ମନୋଭାବ ରହିଛି; ଦଳରେ ନେତାମାନେ ହତାଶ ହୋଇଯାଉଛନ୍ତି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ତଥାପି କଂଗ୍ରେସର ଏମର୍ଜେନ୍ସି ମନୋଭାବ ରହିଛି; ଦଳରେ ନେତାମାନେ ହତାଶ ହୋଇଯାଉଛନ୍ତି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

Image Courtesy of Zee News

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଘୋଷିତ ‘ଏମରର୍ଜେନସି’ ବା ଜରୁରୀ ପରିସ୍ଥିତିର ୪୫ତମ ବାର୍ଷିକୀ ଅବସରରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସ ପାର୍ଟିକୁ ସିଧାସଳଖ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏବେ ମଧ୍ୟ କଂଗ୍ରେସର ମନୋଭାବ ଜରୁରୀ ପରିସ୍ଥିତିର ଦିନମାନଙ୍କ ସହ ମେଳ ଖାଉଛି।

ନିକଟରେ ବହିଷ୍କାର ହୋଇଥିବା ବରିଷ୍ଠ କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା ଏବଂ ଅନ୍ୟ କେତେକ ଘଟଣାର ଦୃଷ୍ଟାନ୍ତ ଦେଇ ଶାହା କହିଲେ, ନିକଟ ଅତୀତରେ ହୋଇଥିବା ସିଡବ୍ଲୁସି ବୈଠକରେ ବରିଷ୍ଠ ସଦସ୍ୟ ଏବଂ କନିଷ୍ଠ ସଦସ୍ୟମାନେ କେତେକ ସମସ୍ୟା ଉପସ୍ଥାପନ କରିଥିଲେ। କିନ୍ତୁ, ପାଟି କରି ତାଙ୍କୁ ଚୁପ୍ କରାଇ ଦିଆଗଲା। ଦଳର ଜଣେ ମୁଖପାତ୍ରଙ୍କୁ ହଠାତ୍ ବହିଷ୍କାର କରାଗଲା। ନିଷ୍ଠୁର ସତ୍ୟ ହେଲା, କଂଗ୍ରେସରେ ନେତାମାନେ ଅଣନିଃଶ୍ବାସୀ ହୋଇ ପଡୁଛନ୍ତି।

publive-image Image Courtesy of India Today

କେନ୍ଦ୍ର ଗୃହମନ୍ତ୍ରୀ କଂଗ୍ରେସକୁ କେତେଗୁଡ଼ିଏ ପ୍ରଶ୍ନ ପଚାରି କହିଛନ୍ତି, ଭାରତର ଅନ୍ୟତମ ବିରୋଧୀ ଦଳ ଭାବେ, କଂ‌ଗ୍ରେସ ଆପଣାକୁ ପଚାରିବା ଆବଶ୍ୟକ: ଜରୁରୀ ମନୋଭାବ କାହିଁକି ରହିଛି? ୧ ବଂଶର ହୋଇ ନ ଥିବା ନେତାମାନେ କିଛି କହିବାକୁ ଅସମର୍ଥ କାହିଁକି? କଂଗ୍ରେସରେ ନେତାମାନେ ହତାଶ ହୋଇପଡୁଛନ୍ତି କାହିଁକି? ଏଥିସହ ସେମାନଙ୍କ ପ୍ରତି ଲୋକମାନଙ୍କର ଅସନ୍ତୋଷ ବଢ଼ି ବଢ଼ି ଚାଲିବ।

ଜରୁରୀ ପରିସ୍ଥିତି ଘୋଷଣା କଥା କଂଗ୍ରେସକୁ ସ୍ମରଣ କରାଇ ଶାହା କହିଲେ, କ୍ଷମତାରେ ରହିବାକୁ ‌ଗୋଟିଏ ପରିବାରର ଲୋଭ ୧୯୭୫ରେ ଜରୁରୀ ପରିସ୍ଥିତି ଜାରି ପାଇଁ ବାଟ କଢ଼ାଇଲା। ସେ ଟୁଇଟ୍ କରି ଲେଖିଛନ୍ତି, ୪୫ ବର୍ଷ ତଳେ ଆଜିର ଦିନରେ ଗୋଟିଏ ପରିବାରର କ୍ଷମତା ଲୋଭ ଜରୁରୀ ପରିସ୍ଥିତି ଘୋଷଣା କରିବାକୁ ବାଟ କଢ଼ାଇନେଲା। ରାତାରାତି ଦେଶ କାରାଗାର ପାଲଟିଗଲା। ଗଣମାଧ୍ୟମ, ଅଦାଲତ, ବାକ୍‌ ସ୍ବାଧୀନତା… ସବୁକିଛି ଅବଦମିତ ହୋଇଗଲା। ଗରିବ ଓ ଦଳିତମାନଙ୍କ ପ୍ରତି ସ୍ବେଚ୍ଛାଚାର କରାଗଲା।

ଲକ୍ଷ ଲକ୍ଷ ଲୋକଙ୍କ ଉଦ୍ୟମ ଯୋଗୁଁ ଜରୁରୀ ପରିସ୍ଥିତି ଉଠିଲା। ଭାରତରେ ଗଣତନ୍ତ୍ରର ପ୍ରତ୍ୟାଗମନ ହେଲା। କିନ୍ତୁ କଂଗ୍ରେସରେ ଗଣତନ୍ତ୍ର ଅନୁପସ୍ଥିତ ରହିଲା। ‌ଗୋଟିଏ ପରିବାର ସ୍ବାର୍ଥ ଦଳୀର ସ୍ବାର୍ଥ ଓ ଜାତୀୟ ସ୍ବାର୍ଥକୁ ଅକ୍ତିଆର କରି ବସିଛି। ଆଜିର କଂଗ୍ରେସରେ ମଧ୍ୟ ଏଭଳି ଦୟନୀୟ କାର୍ଯ୍ୟକଳାପ ବଞ୍ଚିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe