ଭୋପାଳରେ କଂଗ୍ରେସର କୃଷକ ସମର୍ଥନ ରୢାଲିରେ ସଂଘର୍ଷ: ପୁଲିସର ଲାଠିମାଡ଼, ଜଳ ପ୍ରୟୋଗ

Advertisment
ଭୋପାଳରେ କଂଗ୍ରେସର କୃଷକ ସମର୍ଥନ ରୢାଲିରେ ସଂଘର୍ଷ: ପୁଲିସର ଲାଠିମାଡ଼, ଜଳ ପ୍ରୟୋଗ

ଭୋପାଳ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ହୋଇଥିବା କଂଗ୍ରେସ କାର୍ଯ୍ୟକ୍ରମରେ ଆଜି ସଂଘର୍ଷ ଦେଖିବାକୁ ମିଳିଛି। କଂଗ୍ରେସ ପକ୍ଷରୁ ରାଜଭବନ ଅଭିମୁଖେ ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା। ଶହ ଶହ କଂଗ୍ରେସ କର୍ମୀ ଆଜି ଅପରାହ୍ନରେ ସହରର ଜବାହର ଚୌକ୍‌ ନିକଟରେ ପ୍ରଥମେ ଏକଜୁଟ୍‌ ହୋଇଥିଲେ। ସେମାନେ ରାଜଭବନ ଅଭିମୁଖେ ପଦଯାତ୍ରା ସହ ରାଜଭବନ ଘେରୋଉ ପାଇଁ ଯୋଜନା କରିଥିଲେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ହୋଇଥିଲା। କମଳନାଥ ଅନ୍ୟ ବରିଷ୍ଠ ନେତାଙ୍କ ସହ ଏକ ବସ୍‌ ଉପରେ ବସି ଉକ୍ତ କାର୍ଯ୍ୟକ୍ରମ ପାଇଁ ନେତୃତ୍ବ ନେଇଥିବା ଜଣାପଡ଼ିଛି। ରାଜଭବନ ଅଭିମୁଖେ ରୢାଲି ଆରମ୍ଭ ସମୟରେ ପୁଲିସ ଚେତାବନୀ ଦେଇଥିଲା। ପୁଲିସ ରଖିଥିବା ବ୍ୟା‌ରିକେଡ ଭାଙ୍ଗି କଂଗ୍ରେସ କର୍ମୀମାନେ ଆଗକୁ ବଢ଼ିବାରୁ ପୁଲିସ ସେମାନଙ୍କୁ ଅଟକାଇବାପାଇଁ ଲାଠିମାଡ଼ ସହ ଲୁହବୁହା ଗ୍ୟାସ୍‌ ସେଲ୍‌ ପ୍ର‌ୟୋଗ କରିଥିଲା ଏବଂ ପାଣି ମାଡ଼ ମଧ୍ୟ କରିଥିଲା। ସଂଘର୍ଷରେ କିଛି କଂଗ୍ରେସ କାର୍ଯ୍ୟକର୍ତ୍ତା ଏବଂ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe