ପାଲେଷ୍ଟାଇନକୁ ସମର୍ଥନ କଲା କଂଗ୍ରେସ୍, ସିଡବ୍ଲୁସି ବୈଠକରେ ସଂକଳ୍ପ ଆଗତ

Advertisment
ପାଲେଷ୍ଟାଇନକୁ ସମର୍ଥନ କଲା କଂଗ୍ରେସ୍, ସିଡବ୍ଲୁସି ବୈଠକରେ ସଂକଳ୍ପ ଆଗତ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମ ଦେଶରେ ରାଜନୀତି ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ଭାରତ ସରକାର ଇସ୍ରାଏଲ ପଛରେ ଛିଡ଼ା ହୋଇଥିବାବେଳେ ଅନ୍ୟପଟେ କଂଗ୍ରେସ କଂଗ୍ରେସ ପାଲେଷ୍ଟାଇନକୁ ସମର୍ଥନ ଘୋଷଣା କରିଛି। ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଶେଷ ମୁହୂର୍ତ୍ତରେ ଏ ସଂକ୍ରାନ୍ତରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଥିଲା। ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଅନେକ ଥର ପାଲେଷ୍ଟାଇନ୍କୁ ଖୋଲାଖୋଲି ସମର୍ଥନ କରିଛି।

୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ  ଘୋଷଣା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋମବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଡକାଇଥିଲେ। ଆଗାମୀ ନିର୍ବାଚନକୁ ନେଇ ଚର୍ଚ୍ଚା ହେବାର ଥିଲା। ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ ପାଲେଷ୍ଟାଇନର ଜନସାଧାରଣଙ୍କ ସମର୍ଥନରେ ଏକ ସଂକଳ୍ପ ଗୃହୀତ ହୋଇଥିଲା । ଏହି ସଂକଳ୍ପରେ କଂଗ୍ରେସ ପାଲେଷ୍ଟାଇନକୁ ତା'ର ଭୂମି, ସ୍ୱ-ଶାସନ ଏବଂ ସ୍ୱାଭିମାନ ଏବଂ ବଞ୍ଚିବାର ଅଧିକାର ପାଇଁ ସମର୍ଥନ ଦୋହରାଇଛି।

ତେବେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ବି ନିନ୍ଦା କରିଛି କଂଗ୍ରେସ । ତୁରନ୍ତ ଯୁଦ୍ଧବିରତି ପାଇଁ ଦଳ ଦାବି କରିଛି । ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe