India Today
ନୂଆଦିଲ୍ଲୀ: କଂଗ୍ରେସ ଆଜି ଏହାର ଲୋକସଭା ସାଂସଦ ପ୍ରିନୀତ କୌରଙ୍କୁ ନିଲମ୍ବନ କରିଛି। ପ୍ରିନୀତ କୌର ହେଉଛନ୍ତି ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପତ୍ନୀ। ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରିନୀତଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଡିଏସି ( ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି) ଦ୍ବାରା ତାଙ୍କୁ ନିଲମ୍ବନ କରାଯାଇଛି।
ଦଳ ପକ୍ଷରୁ ଏନେଇ ଏକ ପ୍ରେସ୍ ବିବୃତି ଜାରି ହୋଇଛି। ପ୍ରୀନିତ କୌର ବିଜେପିକୁ ସହଯୋଗ କରି ଦଳ ବିରୋଧୀ କାର୍ଯ୍ୟରେ ସାମିଲ ହୋଇଛନ୍ତି ବୋଲି ରାଜ୍ୟ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା ୱାରିଙ୍ଗ ନିକଟରେ ଅଭିଯୋଗ କରିଥିଲେ। ପଂଜାବର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଏନେଇ ଅଭିଯୋଗ କରିଥିଲେ। ଏଆଇସିସି ଡିଏସି କମିଟି ଉକ୍ତ ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି ହୋଇଥିଲା।
Follow Us