Image Courtesy of India Today
ରାଞ୍ଚି: ଶନିବାର ଦିନ ଗାଡ଼ିରେ ବିପୁଳ ପରିମାଣର ନଗଦ ଟଙ୍କା ନେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ପୁଲିସ ହାତରେ ଧରାପଡ଼ିଥିବା ୩ଜଣ ବିଧାୟକଙ୍କୁ ଆଜି କଂଗ୍ରେସ ପାର୍ଟି ନିଲମ୍ବନ କରିଛି।
ଝାଡ଼ଖଣ୍ଡ କଂଗ୍ରେସର ସାଧାରଣ ସମ୍ପାଦକ ତଥା ପାର୍ଟିର କାର୍ଯ୍ୟନିର୍ବାହୀ ଅବିନାଶ ପାଣ୍ଡେ କହିଛନ୍ତି, ଗତକାଲି ବିପୁଳ ନଗଦ ଟଙ୍କା ସହ ଧରାପଡ଼ିଥିବା ୩ଜଣ ବିଧାୟକଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରାଯାଇଛି।
ଉକ୍ତ ବିଧାୟକତ୍ରୟ ହେଉଛନ୍ତି, ଇଫ୍ରାନ୍ ଅନ୍ସାରି, ରାଜେଶ କଚ୍ଚପ ଏବଂ ନମନ ବିକ୍ସାଲ୍ କୋଙ୍ଗାରି। ସେମାନେ ୧୬ ନମ୍ବର ଜାତୀୟ ରାଜପଥରେ ଗୋଟାଏ ‘ଏସ୍ୟୁଭି’ରେ ଯାତ୍ରା କରୁଥିବା ବେଳେ ରାଣୀହାତୀରେ ପଶ୍ଚିମବଙ୍ଗ ପୁଲିସ ତାଙ୍କ ଗାଡ଼ି ଅଟକାଇଥିଲା।
Image Courtesy of Sarkari Job Waleଅନ୍ସାରି ଜାମତରାର ବିଧାୟକ ହୋଇଥିବା ବେଳେ, କଚ୍ଚପ ରାଞ୍ଚି ଜିଲ୍ଲା ଅନ୍ତର୍ଗତ ଖିଜ୍ରିର ବିଧାୟକ ଅଛନ୍ତି। ସେହିପରି କୋଙ୍ଗରି ହେଉଛନ୍ତି ସିମଡେଗା ଜିଲ୍ଲାର କୋଲେବିରାର ବିଧାୟକ।
ବିଧାୟକମାନଙ୍କୁ ଖରିଦ କରି ‘ଝାଡ଼ଖଣ୍ଡ ମୁକ୍ତିମୋର୍ଚା-କଂଗ୍ରେସ ମେଣ୍ଟ ସରକାର’କୁ ହଟାଇବା ପାଇଁ ଏହା ‘ବିଜେପି’ର ଉଦ୍ୟମ ବୋଲି ପୂର୍ବରୁ କଂଗ୍ରେସ କହିସାରିଛି।
ଏଥିପାଇଁ ଅବିନାଶ ପାଣ୍ଡେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ଦାୟୀ କରି କହିଛନ୍ତି ଯେ, ଶର୍ମା ଉକ୍ତ ୩ ବିଧାୟକଙ୍କ ସହିତ ସମ୍ପର୍କ ରଖିଥିବାର ପ୍ରମାଣ ଭାବେ ତାଙ୍କ ନିକଟରେ ଫୋନ୍ ରେକର୍ଡିଙ୍ଗ୍ ଅଛି। ସେ ‘ଜେଏମ୍ଏମ୍’ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ସହିତ କଥାବାର୍ତ୍ତା କରିଥିଲେ ଏବଂ ବୈଠକ ମଧ୍ୟ ବସାଇଥିଲେ।
Follow Us