ଛତିଶଗଡ଼ରେ ସରକାର ଗଢ଼ିବ କଂଗ୍ରେସ; ଇସ୍ତଫା ଦେଲେ ରମଣ ସିଂ

Advertisment
ଛତିଶଗଡ଼ରେ ସରକାର ଗଢ଼ିବ କଂଗ୍ରେସ; ଇସ୍ତଫା ଦେଲେ ରମଣ ସିଂ

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଲାଗିଛି ଶକ୍ତ ଝଟ୍‌କା। ବିଗତ ୧୫ ବର୍ଷ ଧରି ଛତିଶଗଡ଼ରେ ଶାସନ କ୍ଷମତାରେ ରହି ଆସିଥିବା ବିଜେପିକୁ ଚଳିତ ନିର୍ବାଚନରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଚୂଡ଼ାନ୍ତ ଫଳାଫଳ ଅଦ୍ୟାବଧି ପ୍ରକାଶ ପାଇ ନଥିଲେ ମଧ୍ୟ ଛତିଶଗଡ଼ରେ କଂଗ୍ରେସ ସ୍ପଷ୍ଟ ବହୁମତ ହାସଲ କରିବା ସହ ରାଜ୍ୟର ପରବର୍ତ୍ତୀ ସରକାର ଗଠନ କରିବା ପ୍ରାୟ ନିଶ୍ଚିତ ହୋଇପଡ଼ିଛି।

୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ସରକାର ଗଠନ ପାଇଁ ୪୬ ବିଧାୟକ ଆବଶ୍ୟକ ଥିବା ବେଳେ ଏଠାରେ କଂଗ୍ରେସ ୬୮ ଆସନ (୩୮ରେ ବିଜୟୀ ଓ ୩୦ରେ ଆଗୁଆ) ସହ ସରକାର ଗଠନ କରିବା ନିଶ୍ଚିତ କରିଛି। ଅନ୍ୟ ପକ୍ଷରେ ୧୫ ବର୍ଷ ଧରି କ୍ଷମତାରେ ରହିଥିବା ଭାରତୀୟ ଜନତା ପାର୍ଟି (ବିଜେପି) ୧୫ ଆସନ (୮ଟିରେ ବିଜୟୀ ଓ ୭ଟିରେ ଆଗୁଆ) ରହିଥିବା ବେଳେ ଅନ୍ୟାନ୍ୟମାନେ ୭ଟି ଆସନରେ ଆଗରେ ରହିଛି। ଛତିଶଗଡ଼ରେ ଦଳର ଶୋଚନୀୟ ପରାଜୟ ପାଇଁ ମୁଖ୍ୟମନ୍ତ୍ରୀ ରମଣ ସିଂହ ସମସ୍ତ ଦୋଷ ନିଜ ମୁଣ୍ଡକୁ ନେବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe