ଆମେ ତାଙ୍କୁ ଇଜ୍ଜତ ଦେଲୁ, ହାର୍ଦ୍ଦିକ ଦେଲେ ଧୋକା: କଂଗ୍ରେସ

Advertisment
ଆମେ ତାଙ୍କୁ ଇଜ୍ଜତ ଦେଲୁ, ହାର୍ଦ୍ଦିକ ଦେଲେ ଧୋକା: କଂଗ୍ରେସ

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରାୟ ୬ ମାସ ପୂର୍ବରୁ ପଟିଦାର ନେତା ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ସେ ଆସନ୍ତାକାଲି ବିଜେପିରେ ଯୋଗ ଦେଇପାରନ୍ତି | ସେପଟେ ଆଜି କଂଗ୍ରେସ ତାଙ୍କୁ କଡା ସମାଲୋଚନା କରିଛି। ବୁଧବାର ଗୁଜୁରାଟ କଂଗ୍ରେସର ଦାୟିତ୍ୱରେ ଥିବା ରଘୁ ଶର୍ମା ହାର୍ଦ୍ଦିକ ପଟେଲଙ୍କୁ ବିଜେପି ସହ ନିରନ୍ତର ସମ୍ପର୍କରେ ଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସରେ ଥିବାବେଳେ ହାର୍ଦ୍ଦିକ ପଟେଲ ବିଜେପି ସହ ସମ୍ପର୍କରେ ଥିଲେ | ରଘୁ ଶର୍ମା କହିଛନ୍ତି ଯେ ଆମେ ତାଙ୍କୁ ୬ ମାସ ଧରି ଦେଖିଆସୁଥିଲୁ |ସେ ଜଣେ ସେଲିବ୍ରିଟିଙ୍କ ପରି ଦଳୀୟ କାର୍ଯ୍ୟକ୍ରମକୁ ଆସୁଥିଲେ | ସେ କେବଳ ଆସି ଭାଷଣ ଦେଇ ଚାଲିଯାଉଥିଲେ | ଶେଷରେ ଆମେ ମେ ୧୮ରେ ଫଳାଫଳ ଦେଖିବାକୁ ପାଇଲୁ | ଆମେ ତାଙ୍କୁ ଇଜ୍ଜତ ଦେଇଥିବାବେଳେ ସେ ଆମକୁ ଧୋକା ଦେଇଛନ୍ତି ବୋଲି କଂଗ୍ରେସ ନେତା କହିଛନ୍ତି |

ସୂଚନା ଥାଉ କି କଂଗ୍ରେସ ଛାଡିବା ପରେ ହାର୍ଦ୍ଦିକ କହିଥିଲେ ଯେ, ହିନ୍ଦୁ ପ୍ରସଙ୍ଗକୁ କଂଗ୍ରେସ କେବେ ସମର୍ଥନ କରିନାହିଁ। କଂଗ୍ରେସ ନେତାମାନେ ହିନ୍ଦୁଙ୍କ ସପକ୍ଷରେ ବାହାରିବାକୁ କୁଣ୍ଠାବୋଧ କରୁଛନ୍ତି। କଂଗ୍ରେସ କେବଳ ଜାତି ଭିତ୍ତିକ ରାଜନୀତି ଜାଣେ। ମୁଁ ଏହି ପାର୍ଟିରେ ରହି ମୋର ତିନି ବର୍ଷ ନଷ୍ଟ କରିଛି।

publive-image photo-indian express

କଂଗ୍ରେସ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର କରିଥିବା କାର୍ଯ୍ୟକୁ ବିରୋଧ କରିବା ଛଡ଼ା ଅନ୍ୟ କିଛି କରୁନାହିଁ । ଏହା ସବୁଠୁ ଦୁର୍ଭାଗ୍ୟଜନକ ଯେ ଗୁଜରାଟରେ ବରିଷ୍ଠ କଂଗ୍ରେସ ନେତାମାନେ ରାଜ୍ୟର ପ୍ରସଙ୍ଗଠାରୁ ଦୂରରେ ରହୁଛନ୍ତି କିନ୍ତୁ ଦିଲ୍ଲୀରୁ ଆସୁଥିବା ନେତାମାନଙ୍କ ପାଇଁ ଠିକ୍‌ ସମୟରେ ଚିକେନ ସାଣ୍ଡୱିଚ୍‌ ଉପଲବ୍ଧ ହେଲା କି ନାହିଁ ସେଥିରେ ସେମା‌ନେ ବ୍ୟସ୍ତ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe