କଂଗ୍ରେସ ଚିନ୍ତନ ଶିବିର: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବର୍ଷିଲେ ସୋନିଆ

Advertisment
କଂଗ୍ରେସ ଚିନ୍ତନ ଶିବିର: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବର୍ଷିଲେ ସୋନିଆ

News Jani

ସଂଖ୍ୟାଲଘୁ ଅତ୍ୟାଚାରର ଶିକାର ହେଉଛନ୍ତି
ନିରନ୍ତର ଭୟରେ ରହୁଛନ୍ତି ଜନତା
କଂଗ୍ରେସର ନିଷ୍ପତ୍ତି: ବିନା ଅଭିଜ୍ଞତା‌ରେ ନେତାଙ୍କ ପରିବାର ସଦସ୍ୟଙ୍କୁ ଟିକଟ ମିଳିବନି

ନୂଆଦିଲ୍ଲୀ : କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଶୁକ୍ରବାର ଦିନ ଦଳର ୩ ଦିନିଆ ‘ଚିନ୍ତନ ଶିବିର’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜସ୍ଥାନର ଉଦୟପୁରରେ ଏହି ଚିନ୍ତନ ଶିବିର ଚାଲିଛି। ଚିନ୍ତନ ଶିବିରରେ ଉଦ୍‌ବୋଧନ ଦେଇ ସୋନିଆ ଗାନ୍ଧି ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି। ‌ସୋନିଆ କହିଛନ୍ତି, ବିଜେପି ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରୁଛି ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମହିମାମଣ୍ଡିତ କରୁଛି । ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ସର୍ବାଧିକ ଶାସନ, ସର୍ବନିମ୍ନ ସରକାର’ ମନ୍ତ୍ର ଏବେ ସଂଖ୍ୟାଲଘୁ ଦମନରେ ପରିଣମ ହୋଇଛି। ଦେଶ ସ୍ଥ‌ାୟୀ ଭାବେ ଧ୍ରୁବୀକରଣ ସ୍ଥିତି ଦେଇ ଗତି କରୁଛି ଏବଂ ଲୋକମାନେ ନିରନ୍ତର ଭୟ ଏବଂ ଅସୁରକ୍ଷା ଭିତରେ ଅଛନ୍ତି ବୋଲି ସୋନିଆ କହିଛନ୍ତି। ଚିନ୍ତନ ଶିବିରରେ ଖୋଲାଖୋଲି ଭାବେ ସମସ୍ତ ଦଳୀୟ ନେତା ନିଜ ମତାମତ ରଖିବାପାଇଁ ସୋନିଆ ନିବେଦନ କରିଛନ୍ତି। ସୋନିଆ କହିଛନ୍ତି, ବର୍ତ୍ତମାନ ପରିବର୍ତ୍ତନ ଜରୁରୀ। ଆମକୁ ଆମ କାମ କରିବାର ଶୈଳୀ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

କଂଗ୍ରେସ ଚିନ୍ତନ ଶିବିରର ମୁଖ୍ୟ ଫୋକସ୍‌ ହେଉଛି ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳକୁ ସୁଦୃଢ଼ କରିବା। ଦଳର ବିକାଶ ପାଇଁ କାର୍ଯ୍ୟ କରିବାକୁ କଂଗ୍ରେସ ଅଧ୍ୟକ୍ଷା ସମସ୍ତ ଦଳୀୟ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି। ସୋନିଆ କହିଛନ୍ତି, ଦଳ ଆମକୁ ବହୁତ କିଛି ଦେଇଛି। ଏବେ ଫେରାଇବା ବେଳ ଆସିଛି। କଂଗ୍ରେସ ଆଜି ଦଳୀୟ ସୁଧାର ପାଇଁ କେତେକ ବଡ଼ ନିଷ୍ପତ୍ତି ନେଇଛି। ଏଆଇସିସି ସାଧାରଣ ସଚିବ ଅଜୟ ମାକେନ କହିଛନ୍ତି, କୌଣସି ବ୍ୟକ୍ତି ଯଦି କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ିବାକୁ ଚାହୁଥିବେ ତେବେ ତାଙ୍କୁ ପ୍ରାୟ ୫ ବର୍ଷର ଅଭିଜ୍ଞତା ଦରକାର। ପାର୍ଟି କମିଟିରେ ୫୦ରୁ କମ୍‌ ବର୍ଷର ଲୋକଙ୍କ ପାଇଁ ୫୦ ପ୍ରତିଶତ ଦଳୀୟ ପଦବି ସଂରକ୍ଷିତ ରଖିବା ପାଇଁ ପ୍ରସ୍ତାବ ରଖାଯାଇଛି। ଗୋଟିଏ ପରିବାର ପାଇଁ ଗୋଟିଏ ଟିକଟ ନୀତିକୁ ଦଳ ଆପଣାଇବ। ଦଳରେ କୌଣସି କାମ ନକରି କୌଣସି ନେତା ସେମାନଙ୍କ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟଙ୍କୁ ଟିକେଟ ଦେଇପାରିବେନି ବୋଲି ମାକେନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe