ନୂଆଦିଲ୍ଲୀ: କଂଗ୍ରେସର ୩ ଦିନିଆ ମହାଅଧିବେଶନ ଆସନ୍ତାକାଲିଠାରୁ ଏଠାରେ ଆରମ୍ଭ ହେବ। ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଭାବେ ନିିର୍ବାଚିତ ହେବାପରେ ଏହା ପ୍ରଥମ ଅଧିବେଶନ। ସମଗ୍ର ଦେଶରୁ ୧୨ ହଜାରରୁ ଅଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ଏଥିରେ ଯୋଗ ଦେଉଥିବା ଜଣାପଡ଼ିଛି। ମୁଖ୍ୟ କାର୍ଯ୍ୟକ୍ରମ ୧୭ ଓ ୧୮ ତାରିଖ ଦିନ ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ଦଳର ତୃଣମୂଳସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ମଂଚରେ କହିବା ସୁଯୋଗ ମିଳିବ। ପ୍ରଥମ ଦିବସରେ ଯେଉଁ ପ୍ରସ୍ତାବ ଗୃହୀତ ହେବ ତାହା ଉପରେ ବିଶେଷ ତର୍ଜମା ହେବ ଏବଂ ୧୭ ତାରିଖ ପୂର୍ବାହ୍ନ ୧୦ଟାରେ ଦଳ ଅଧ୍ୟକ୍ଷଙ୍କ ଭାଷଣରୁ ଏ ବାବଦ ଚର୍ଚ୍ଚା ଆରମ୍ଭ ହେବ । ୧୮ ତାରିଖ ଅପରାହ୍ନ ୪ଟାରେ ରାହୁଲ ଉଦ୍୍ଯାପନୀ ଭାଷଣ ଦେବେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us