ମଙ୍ଗଳବାର ସଂଧ୍ୟାସୁଦ୍ଧା ଆମେଥି, ରାୟବରେଲି ଆସନ ସଂପର୍କରେ ଘୋଷଣା କରିବ କଂଗ୍ରେସ !

ଛୁଟି ମନାଇବାକୁ ରାହୁଲ ଶିମଲା ଯାଉଛନ୍ତି କିନ୍ତୁ ରାମ ମନ୍ଦିର ପ୍ରାଣପ୍ରତିଷ୍ଠାକୁ ଆସିପାରିଲେନି: ଅମିତ ଶାହା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ୧୪ଟି ଲୋକସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ତେବେ ରାଏବରେଲି ଓ ଆମେଠି ଲୋକସଭା ଆସନ ପାଇଁ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇନାହିଁ। କଂଗ୍ରେସ ସୂତ୍ରରୁ ଏବେ ବି ଦାବି ହେଉଛି ଯେ ପ୍ରିୟଙ୍କା ରାୟବରେଲିରୁ ଏବଂ ରାହୁଲ ଗାନ୍ଧୀ ଆମେଥିରୁ ନିର୍ବାଚନ ଲଢ଼ିବେ। ୟୁପି କଂଗ୍ରେସ ମଧ୍ୟ ଦଳର ନିର୍ବାଚନ କମିଟି ଏବଂ ହାଇକମାଣ୍ଡଙ୍କୁ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାର ସମସ୍ତ ଅଧିକାର ଦେଇଛି।

ସେପଟେ କଂଗ୍ରେସର ୟୁପି ପ୍ରଭାରୀ ଅବିନାଶ ପାଣ୍ଡେ ରାୟବରେଲି ଓ ଆମେଠିକୁ ନେଇ ବଡ ଦାବି କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ରାୟବରେଲି ଓ ଆମେଠି ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ଆଜି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।

ଏହା ପୂର୍ବରୁ ମାର୍ଚ୍ଚ ୨୭ତାରିଖରେ କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଏହି ତାଲିକାରେ ଦଳ ୟୁପିର ୪ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ମହାରାଜଗଞ୍ଜ ବିଧାୟକ ବୀରେନ୍ଦ୍ର ଚୌଧୁରୀଙ୍କୁ ଦିଆଯାଇଥିଲା। ତେବେ ଏହି ତାଲିକାରେ ରାଏବରେଲି ଓ ଆମେଥିଙ୍କ ନାମ ନଥିଲା। ଗାନ୍ଧି ପରିବାରର ଏହି ପାରମ୍ପରିକ ଆସନରୁ କିଏ ନିର୍ବାଚନ ଲଢ଼ିବେ ତାକୁ ନେଇ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଜାରି ରହିଛି ।

ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ପୂର୍ବରୁ କେରଳର ଓ୍ବେନାର୍ଡ ଆସନରୁ ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ତାଙ୍କୁ ଆମେଥିରୁ ବି ପ୍ରାର୍ଥୀ କରାଯିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe