ଗୋଆ ନିର୍ବାଚନରେ କଂଗ୍ରେସ ଯୁବ ଏବଂ ନୂଆ ମୁହଁଙ୍କୁ ପ୍ରାର୍ଥୀ କରିବ

ଗୋଆ ନିର୍ବାଚନରେ କଂଗ୍ରେସ ଯୁବ ଏବଂ ନୂଆ ମୁହଁଙ୍କୁ ପ୍ରାର୍ଥୀ କରିବ

ପାନାଜୀ: ଚଳିତ ମାସ ଶେଷ ସୁଦ୍ଧା ଆଗାମୀ ଗୋଆ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବ। ତେବେ, ଏଥରକ ନିର୍ବାଚନରେ ଦଳ ଯୁବ ଏବଂ ନୂଆ ମୁହଁଙ୍କୁ ପ୍ରାର୍ଥୀ କରିବ ବୋଲି ଦଳର ରାଜ୍ୟ ସଭାପତି ଗିରିଶ ଚୋଦନକର ରବିବାର କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଚୋଦନକର କହିିଛନ୍ତି ଯେ ଗୋଆ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ସର୍ଟ-ଲିଷ୍ଟିଂ ପ୍ରକ୍ରିୟା ତ୍ୱରାନ୍ଵିତ କରିବାକୁ ଏଆଇସିସି ଏକ ସ୍କ୍ରିନିଂ କମିଟି ଘୋଷଣା କରଛନ୍ତି। ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସର ଅତି କମରେ ୭୦ରୁ ୮୦ ପ୍ରତିଶତ ପ୍ରାର୍ଥୀ ଯୁବ ଏବଂ ନଆ ମୁହଁ ହେବେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆସନ୍ତା ବର୍ଷ ଫେବ୍ରୁଆରିରେ ଗୋଆ ବିଧାନସଭା ନିର୍ବାଚନ ହେବାର ଅଛି।

ଗୋଆ ପ୍ରଦେଶ କଂଗ୍ରେସ କମିଟି ସଭାପତି କହିଛନ୍ତି ଯେ ପ୍ରାର୍ଥୀ ଚୟନ କାଳରେ ଦଳର ବ୍ଲକ କମିଟିକୁ ଗୁରୁତ୍ୱ ଦିଆଯିବ। ସେ କହିଛନ୍ତି, ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ବ୍ଲକକମିଟି ଦ୍ୱାରା ସୁପାରିଶ କରାଯାଇଥିବା ପ୍ରାର୍ଥୀମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ। ତେବେ, କଂଗ୍ରେସ ସହ ସମାନ ଚିନ୍ତାଧାରା ଥିବା ଦଳଗୁଡ଼ିକ ସହିତ ପ୍ରାକ୍‌ ନିର୍ବାଚନ ମେଣ୍ଟ ଉପରେ କୌଣସି ମନ୍ତବ୍ୟ ଦେବାକୁ ସେ ମନା କରିଦେଇଛନ୍ତି।

୨୦୧୭ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପିକୁ ୧୩ରେ ସୀମିତ ରଖି ୪୦ ସଦସ୍ୟ ବିଶିଷ୍ଟ ଗୃହରେ ସର୍ବାଧିକ ୧୭ଟି ଆସନ ଜିତିଥିଲା। ତେବେ ସ୍ୱର୍ଗତ ମନୋହର ପାରିକରଙ୍କ ଅଧୀନରେ ସରକାର ଗଠନ ପାଇଁ ବିଜେପି ଆଞ୍ଚଳିକ ଦଳ- ଜିଏଫପି ଏବଂ ଏମଜିପି ସହିତ ମେଣ୍ଟ କରି ଶାସନ କ୍ଷମତାକୁ ହାତେଇ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe