ଜାନୁଆରି ୨୬ରୁ ସମ୍ବିଧାନ ବଞ୍ଚାଅ ପଦଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧି

୨୦୨୫ ଜାନୁଆରି ୨୬ତାରିଖରୁ ବର୍ଷବ୍ୟାପୀ 'ସମ୍ବିଧାନ ବଞ୍ଚାଅ ଜାତୀୟ ପଦଯାତ୍ରା' ଆରମ୍ଭ କରିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । କର୍ଣ୍ଣାଟକର ବେଲଗାଭିରେ ଗୁରୁବାର ଅନୁଷ୍ଠିତ କଂଗ୍ରେସ ସିଡବ୍ଲ୍ୟୁସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଆମ ସରକାର ଆସିଲେ ଅଗ୍ନିବୀର ଯୋଜନା ବନ୍ଦ କରିଦେବୁ : ରାହୁଲ ଗାନ୍ଧି

ବେଲଗାଭି: କର୍ଣ୍ଣାଟକର ବେଲଗାଭିରେ ଗୁରୁବାର କଂଗ୍ରେସ ସିଡବ୍ଲ୍ୟୁସି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି ଯେ ଆମେ ସିଡବ୍ଲ୍ୟୁସିରେ ଦୁଇଟି ସଂକଳ୍ପ ଉପସ୍ଥାପନ କରିଛୁ। ପ୍ରଥମଟି ମହାତ୍ମା ଗାନ୍ଧୀଙ୍କ ଉପରେ ଏବଂ ଦ୍ୱିତୀୟଟି ହେଉଛି ରାଜନୈତିକ ସଂକଳ୍ପ । ୨୦୨୫ରେ କଂଗ୍ରେସ ସାଂଗଠନିକ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ସେ କହିଛନ୍ତି। ଏହା ଅଧୀନରେ ପ୍ରତ୍ୟେକ ସ୍ତରରେ ନେତାଙ୍କ ଦକ୍ଷତାକୁ ଭଲ ଭାବେ ଯାଞ୍ଚ କରାଯିବ। ଏହାବ୍ୟତୀତ ୨୦୨୫ ଜାନୁଆରି ୨୬ତାରିଖରୁ ବର୍ଷବ୍ୟାପୀ 'ସମ୍ବିଧାନ ବଞ୍ଚାଅ ଜାତୀୟ ପଦଯାତ୍ରା' ଆରମ୍ଭ ହେବ। 
କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, "ଆମେ ବିଶ୍ୱାସ କରୁ ଯେ ଭାରତ ଯୋଡୋ ଯାତ୍ରା କଂଗ୍ରେସକୁ ଜୀବନ ଦେଇଛି ଏବଂ ଏହା କଂଗ୍ରେସ ରାଜନୀତିରେ ଏକ ଟର୍ଣ୍ଣିଂ ପଏଣ୍ଟ ଥିଲା। ଏହାପରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅନୁଷ୍ଠିତ ହୋଇଥିଲା ଏବଂ ଏବେ ୨୦୨୫ ଜାନୁଆରୀ ୨୬ରେ ଆମେ ଏକ ବର୍ଷବ୍ୟାପୀ 'ସମ୍ବିଧାନ ବଞ୍ଚାଅ ଜାତୀୟ ପଦଯାତ୍ରା' ଆରମ୍ଭ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe