କଂଗ୍ରେସ ଛାତ୍ରଙ୍କ କାନ୍ଧରେ ବନ୍ଧୁକ ରଖି ରାଜନୀତି କରୁଛି: ବିଜେପି

Advertisment
ମଙ୍ଗୁଳି ଜେନାଙ୍କ ହତ୍ୟା ପଛରେ ରହିଛି ରାଜନୈତିକ ଉଦ୍ଦେଶ୍ୟ: ବିଜେପି

India Today

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିୟା ବିଶ୍ବବିଦ୍ୟାଳୟ, ଆଲିଗଡ ମୁସ୍‌ଲିମ ବିଶ୍ବବିଦ୍ୟାଳୟ ସମେତ ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ହିଂସାତ୍ମକ ବିକ୍ଷୋଭ ପାଇଁ କଂଗ୍ରେସକୁ ଦାୟୀ କରିଛି ବିଜେପି। ରାହୁଲ ଗାନ୍ଧୀ ଶନିବାର ଦିଲ୍ଲୀରେ ରୢାଲି କରିବା ପରେ ହିଂସା ଅଧିକ ବଢ଼ିଥିଲା ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି। ବିରୋଧୀ ଦଳ ଦାୟିତ୍ବସଂପନ୍ନ ହେବା ପରିବର୍ତ୍ତେ ହିଂସାକୁ ପ୍ରୋତ୍ସାହନ ଦେଇ ଅନର୍ଥ ଘଟାଉଛନ୍ତି। ମୁସ୍‌ଲିମ ଭୋଟ୍‌ ପାଇଁ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନେ ଏଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ପାତ୍ର କହିଛନ୍ତି। କଂଗ୍ରେସ ଏବେ ଛାତ୍ରଙ୍କ କାନ୍ଧରେ ବନ୍ଧୁକ ରଖି ଯେଉଁ ରାଜନୀତି କରୁଛି ତାହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି। ଛାତ୍ରମାନଙ୍କୁ ବିଭ୍ରାନ୍ତି କରି କଂଗ୍ରେସ ଯେଉଁ ନୂଆ ରାଜନୈତିକ ଚାଲ୍‌ ଖେଳୁଛି ତାହା ସଫଳ ହେବନାହିଁ ବୋଲି ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe