ତାଙ୍କଠାରୁ ସତର୍କ ରୁହନ୍ତୁ; ହିମନ୍ତ ବିଶ୍ୱ ଶର୍ମାଙ୍କ ୧୨ବର୍ଷ ପୁରୁଣା ଟ୍ବିଟକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସତର୍କ କଲା କଂଗ୍ରେସ

ତାଙ୍କଠାରୁ ସତର୍କ ରୁହନ୍ତୁ; ହିମନ୍ତ ବିଶ୍ୱ ଶର୍ମାଙ୍କ ୧୨ବର୍ଷ ପୁରୁଣା ଟ୍ବିଟକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସତର୍କ କଲା କଂଗ୍ରେସ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଟାର୍ଗେଟ କଲା କଂଗ୍ରେସ। ମୁଖ୍ୟମନ୍ତ୍ରୀଙ୍କଠାରୁ ସତର୍କ ରହିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ବିଟ କରି ସତର୍କ କରାଇଲା କଂଗ୍ରେସ। ୧୨ବର୍ଷ ତଳେ ରାହୁଲ ଗାନ୍ଧୀଙ୍କୁ ନେଇ ହିମନ୍ତ ବିଶ୍ୱ ଶର୍ମା କରିଥିବା ଟ୍ବିଟ ପାଇଁ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଥିବା ଜଣାପଡ଼ିଛି। କଂଗ୍ରେସରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରି ଶର୍ମା ୨୦୧୦ରେ ଏକ ଟୁଇଟ୍ ପୋଷ୍ଟ କରିଥିଲେ। ସେଥିରେ ଉଚିତ୍ ସମୟରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଲେଖିଥିଲେ ଶର୍ମା। ଏବେ କଂଗ୍ରେସ ଛାଡ଼ିବା ପରେ ସେ ରାହୁଲଙ୍କୁ ସମାଲୋଚନା କରି ଟ୍ବିଟ କରୁଥିବାରୁ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛି।

କଂଗ୍ରେସ ନେତା ମଣିକାମ ଟାଗୋର ହିମନ୍ତ ବିଶ୍ୱ ଶର୍ମାଙ୍କ ଦୁଇଟି ଟ୍ୱିଟକୁ ଯୋଡି ଏକ ଟ୍ବିଟ କରିଛନ୍ତି। ଦୁଇଟି ଟ୍ବିଟ ମଧ୍ୟରୁ ଗୋଟିଏରେ ଶର୍ମା ରାହୁଲଙ୍କୁ ସମର୍ଥନ କରି ଟ୍ବିଟ କରିଥିବା ବେଳେ ଅନ୍ୟଟିରେ ତାଙ୍କୁ ସମାଲୋଚନା କରି ଟ୍ବିଟ କରିଛନ୍ତି। ଏହି ଦୁଇଟି ଟ୍ବିଟର ଫଟୋକୁ ଯୋଡି ଟ୍ବିଟ କରିବା ସହ କଂଗ୍ରେସ ନେତା ମଣିକାମ ଟାଗୋର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସତର୍କ କରାଇଛନ୍ତି। ଟ୍ବିଟର କ୍ୟାପସନରେ ଲେଖାଯାଇଛି ଯେ, ପ୍ରିୟ ନରେନ୍ଦ୍ର ମୋଦୀଜୀ, ହିମନ୍ତ ବିଶ୍ୱ ଶର୍ମା କାହାକୁ ଠକୁଛନ୍ତି? ତାଙ୍କର ଟ୍ରାକ୍ ରେକର୍ଡରୁ ତାହା ଦୃଶ୍ୟମାନ ହେଉଛି। ତାଙ୍କଠାରୁ ସାବଧାନ ରୁହନ୍ତୁ। ମୁଁ ଜାଣେ ଆପଣ ତାଙ୍କୁ ଠକିବାକୁ ଦେବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe