Image Courtesy of India Today
ନୂଆଦିଲ୍ଲୀ: କୌଣସି ଦଳ ସହ ମେଣ୍ଟ ନ କରି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନେତୃତ୍ବରେ କଂଗ୍ରେସ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବ ବୋଲି ରବିବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲ୍ମନ୍ ଖୁର୍ଶିଦ୍ କହିଛନ୍ତି।
ସେ କହିଛନ୍ତି, ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନିମନ୍ତେ କୌଣସି ନିଷ୍ପତ୍ତି ନେଇ ନ ଥିଲେ ବି ଉତ୍ତର ପ୍ରଦେଶ ବିଧାନସଭାର ୪୦୩ଯାକ ଆସନରେ କଂଗ୍ରେସ ପ୍ରାର୍ଥୀ ଛିଡ଼ା କରାଇବ। କୌଣସି ରାଜନୈତିକ ଦଳ ସହ କଂଗ୍ରେସ ମେଣ୍ଟ କରିବ ନାହିଁ। ଦୃଢ଼ ବିଶ୍ବାସର ସହ ଆମେ ନିର୍ବାଚନ ଲଢ଼ିବୁ। ସ୍ଥାନୀୟ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ବନ୍ଧରେ ଅବଗତ ହେବା ଲାଗି ଦଳୀୟ କର୍ମୀମାନେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀକୁ ଯିବେ।
Image Courtesy of NDTVଜନସାଧାରଣଙ୍କୁ ଭେଟି ଦଳର ଇସ୍ତାହାର ପ୍ରସ୍ତୁତି କରିବାକୁ ସମର୍ଥ ହେବା ନିମନ୍ତେ ଆଗ୍ରା ଯାଇଥିବା ସଲ୍ମନ୍ ଖୁର୍ଶିଦ୍ ଗୁରୁତ୍ବାରୋପ କରି କହିଛନ୍ତି ଯେ, ଇସ୍ତାହାରରେ ସାଧାରଣ ଜନତାଙ୍କ ଦାବି ଅନ୍ତର୍ଭୁକ୍ତ କରାଯିବ। ଦଳୀୟ ସଦସ୍ୟମାନେ ବିଧାନସଭା ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ସ୍ଥାନୀୟ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ବନ୍ଧରେ ଜାଣିବା ଲାଗି ଜନସାଧାଣଙ୍କ ସହ ଯୋଗାଯୋଗ କରୁଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଅଯୋଧ୍ୟା, ଝାନ୍ସୀ, ଗୋରଖପୁର ଆଦି ଜିଲ୍ଲା ପରିଦର୍ଶନ କରି ସାରିଲୁଣି ଏବଂ ରବିବାର ଦିନ ଆଗ୍ରାରେ ତୋରା ଗ୍ରାମର ସ୍ଥାନୀୟ ବାସିନ୍ଦାଙ୍କ ସହ ଆଳାପ ଆଲୋଚନା କରିଛୁ। ବିଧବା ଏବଂ ବାର୍ଦ୍ଧକ୍ୟ ଭତ୍ତା ଭଳି ସମସ୍ୟା ସହ ଲୋକେ ଆହୁରି କିଛି ସମସ୍ୟା ବିଷୟରେ ଅଭିଯୋଗ କରିଛନ୍ତି।
Follow Us