କଂଗ୍ରେସରେ ହୋଇପାରନ୍ତି ଦୁଇଜଣ ଅଧ୍ୟକ୍ଷ ,ଏହି ନେତାମାନଙ୍କ ନାମକୁ ନେଇ ଚର୍ଚ୍ଚା

Advertisment
ୱାୟନାଡ଼ରେ ୪୦% ମୁସଲିମ୍‌ ଥିବାରୁ ରାହ‌ୁଲ ଜିତିଲେ: ଅୱେସି

photo--ndtv

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟପରେ ଦଳ ପକ୍ଷରୁ ମାନସମନ୍ଥନ ଚାଲିଛି। ଏବେ ଦଳ ଗୋଟିଏ ଅଧ୍ୟକ୍ଷ ପରିବର୍ତ୍ତେ ଦୁଇଜଣଙ୍କୁ ସେହି ପଦ ଦେବାକୁ ଚାହୁଁଛି। ତେବେ ଗାନ୍ଧୀ ପରିବାରରୁ କେହି ନ ହୋଇ ବରଂ ଅନ୍ୟ ଜଣେ ଏହି ପଦରେ ବସନ୍ତୁ ତାହା ଉପରେ ବିଚାର ଚାଲିଛି।
ଏଣେ ପ୍ରିୟଙ୍କା ଗାନ୍ଧୀ ଅଧ୍ୟକ୍ଷ ହେବା ପାଇଁ ଚାହୁଁନାହାନ୍ତି । ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ହେତୁ ସେ ବି ଏଥିପାଇଁ ପ୍ରସ୍ତୁତ ନୁହନ୍ତି। ଏବେ ଦଳ ଏମିତି ଜଣଙ୍କୁ ଖୋଜୁଛି ଯିଏକି ଗାନ୍ଧୀ ପରିବାରର ଘନିଷ୍ଠ ହୋଇଥିବ । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ, ଏ ସଂପର୍କରେ ଆସନ୍ତା ୨ ମାସ ମଧ୍ୟରେ ଘୋଷଣା ହେବ ।

publive-image photo-indiatv

ଏଥିଲାଗି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସବୁଠୁ ଆଗରେ ରହିଥିବା କୁହାଯାଉଛି। କିନ୍ତୁ ଗତ ନିର୍ବାଚନ ସମୟରେ ସେ ନିଜ ପୁଅକୁ ଲୋକସଭା ପ୍ରାର୍ଥୀ କରି ତାକୁ ଜିତାଇବା କାମରେ ଅଧିକ ନିୟୋଜିତ ହୋଇଥିବା କାରଣରୁ ତାଙ୍କୁ ରାହୁଲ ଗାନ୍ଧୀ କଡ଼ା ସମାଲୋଚନା କରିଥିଲେ। ଏଣୁ ତାଙ୍କ ନାଆଁରେ ମୋହର ଲାଗି ନପାରେ ବୋଲି କୁହାଯାଉଛି।

ଦଳ ଦୁଇଜଣଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଦେବାକୁ ଚାହୁଁଛି । ଏମାନଙ୍କ ମଧ୍ୟରୁ ଜଣେ ଦକ୍ଷିଣ ଭାରତର ହେବେ ବୋଲି ଜଣାଯାଇଛି । ଏଥିରେ ବରିଷ୍ଠ ନେତା ସୁଶିଲ ସିନ୍ଦେ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ରହିଥିବା ଚର୍ଚ୍ଚା ହେଉଛି। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe