Image Courtesy of Zee News
ନୂଆଦିଲ୍ଲୀ: ନେତାମାନେ କଂଗ୍ରେସ ଦଳ ଛାଡୁଥିବା ବେଳେ ରବିବାର ଦିନ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲ୍ ନାଥ କହିଛନ୍ତି, ଦଳ ପରିତ୍ୟାଗ କରିବାରୁ କଂଗ୍ରେସ କାହାକୁ ବାଧା ଦେବନାହିଁ। ଯଦି କେହି ‘ବିଜେପି’ରେ ଯୋଗ ଦେବାକୁ ଇଚ୍ଛୁକ, ମୋ କାର୍ ନେଇ ଯାଇ ପାରନ୍ତି।
‘ବିଜେପି’ରେ ସାମିଲ ହେବାକୁ ଗୋଆ କଂଗ୍ରେସରୁ ୮ଜଣ ବିଧାୟକ ବାହାରି ଯିବାର ୪ ଦିନ ପରେ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲ୍ ନାଥ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
କଂଗ୍ରେସରୁ ନେତାମାନେ ବାହାରି ଯାଉଥିବା ସଂକ୍ରାନ୍ତରେ ସାମ୍ବାଦିକମାନେ ପଚାରିବାରୁ କମଲ୍ ନାଥ କହିଲେ, ଆପଣମାନେ କ’ଣ ଭାବୁଛନ୍ତି? କଂଗ୍ରେସ ନିଶ୍ଚିହ୍ନ ହୋଇଯିବ? ଯେଉଁମାନେ ‘ବିଜେପି’ରେ ଯୋଗ ଦେବାକୁ ଇଚ୍ଛୁକ, ସେମାନେ ଯାଇ ପାରନ୍ତି। ଆମେ କାହାରିକୁ ବାଧା ଦେବାକୁ ଚାହୁଁନା।
Image Courtesy of India TV Newsଯଦି ସେମାନେ (କଂଗ୍ରେସ ନେତା ଓ କର୍ମକର୍ତ୍ତା) ଯିବାକୁ ଚାହୁଁଛନ୍ତି, ସେମାନଙ୍କ ଭବିଷ୍ୟତ ଦେଖୁଛନ୍ତି ଏବଂ ତାଙ୍କ ଚିନ୍ତାଧାରା ‘ବିଜେପି’ର ଅନ୍ତରଙ୍ଗ ହୋଇଯାଇଛି। ମୁଁ ସେମାନଙ୍କୁ ମୋର୍ କାର୍ ଦେଇ ଦେଉଛି। ସେମାନେ ଯାଇ ‘ବିଜେପି’ରେ ମିଶନ୍ତୁ ବୋଲି କମଲ୍ ନାଥ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସରେ ଥିବା ଲୋକେ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରୁଛନ୍ତି। ଦଳ ତରଫରୁ ତାଙ୍କ ଉପରେ କୌଣସି ଚାପ ନାହିଁ।
ସୂଚନାଯୋଗ୍ୟ, କମଲ୍ ନାଥଙ୍କର ଘନିଷ୍ଠ ବୋଲି ସୁପରିଚି ତଥା ମଧ୍ୟପ୍ରଦେଶର ପୂର୍ବତନ ବିଧାୟକ ଅରୁଣୋଦୟ ଚୌବେ ନିକଟ ଅତୀରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହାପରେ, କମଲ୍ ନାଥ ଅଭିଯୋଗ କରିଥିଲେ ଯେ, କେତେଗୁଡ଼ିଏ ମାମଲା ରୁଜୁ ହୋଇଥିବା ଚୌବେଙ୍କ ଉପରେ ‘ବିଜେପି’ ନେତାମାନେ ଚାପ ପକାଉଥିଲେ।
ଆମ ଲୋକମାନଙ୍କୁ ମିଥ୍ୟା ମାମଲାରେ ସମ୍ପୃକ୍ତ କରାଯାଉଛି। ଚାପ ଓ ରାଜନୈତିକ ପ୍ରଭାବ ପକାଯାଉଛି। ଏଭଳି ରାଜନୀତି କରି ଜଣେ ଜଣଙ୍କ ହୃଦୟ, ମନ ଓ ଆତ୍ମା କିଣି ପାରିବ ନାହିଁ।
Follow Us