Image Source: Zee News
ବିଜାପୁର: ଛତିଶଗଡ଼ର ବିଜାପୁରରେ ଜଣେ ଆଞ୍ଚଳିକ କଂଗ୍ରେସ କର୍ମୀଙ୍କୁ ସନ୍ଦିଗ୍ଧ ନକ୍ସଲମାନେ ବୀଭତ୍ସଭାବେ ହତ୍ୟା କରିଥିବା କଥା ରବିବାର ଦିନ ପୁଲିସ କହିଛି।
ଭୈରାମଗଡ଼ ସହରର କୋସ୍ତାପଡ଼ା ଅଞ୍ଚଳ ନିକଟରେ ଏକ ବାହାଘର ଉତ୍ସବରେ ଯୋଗ ଦେବାକୁ ଯାଇଥିବା ତୋତାପଡ଼ାର ବାସିନ୍ଦା ୩୦ ବର୍ଷିୟ ସହଦେବ ସମ୍ରାଟଙ୍କୁ ଶନିବାର ରାତିରେ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରାଯାଇଛି ବୋଲି ପୁଲିସ କହିଛି।
ଚାରି ପାଞ୍ଚ ଜଣ ଲୋକ ତୀକ୍ଷ୍ଣ ଅସ୍ତ୍ର ଧରି ତାଙ୍କୁ ଖୋଜୁଥିବା ଲକ୍ଷ୍ୟ କରି ସେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଆତତାୟୀମାନେ ସମ୍ରାଟଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ପରେ ଠେଙ୍ଗାରେ ପିଟାପିଟି କରି କୁରାଢ଼ି ଏବଂ ଛୁରିରେ ଚୋଟ ବସାଇ ଘଟଣାସ୍ଥଳରେ ହିଁ ତାଙ୍କୁ ମାରି ପକାଇଥିଲେ। ସେମାନେ ନକ୍ସଲ୍ ହୋଇ ପାରନ୍ତି ବୋଲି ସ୍ଥାନୀୟ ପୁଲିସ ସନ୍ଦେହ କରୁଛି।
ସମ୍ରାଟ ଜଣେ ଅଟୋରିକ୍ସା ଚାଳକ ଓ ଶାସକ କଂଗ୍ରେସ ଦଳର ସ୍ଥାନୀୟ କର୍ମୀ।
ଘଟଣାସ୍ଥଳରୁ କୌଣସି ମାଓ ପାମ୍ପଫ୍ଲେଟ୍ କି, ନୋଟ୍ ମିଳୁ ନ ଥିବାରୁ ତାଙ୍କୁ କାହିଁକି ହତ୍ୟା କରାଗଲା ତାହା ଜଣାପଡ଼ି ନାହିଁ। ଆତତାୟୀଙ୍କ ଧରିବାକୁ ଉଦ୍ୟମ ଚାଲିଛି ବୋଲି ପୁଲିସ କହିଛି।
Follow Us