Image Courtesy of India Today
ନୂଆଦିଲ୍ଲୀ: କେତୋଟି ପ୍ରମୁଖ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ‘ବିଜେପି’ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ଲାଗି ଆଜି ଦିଲ୍ଲୀର ରାମଲୀଳା ମୈଦାନ୍ରେ କଂଗ୍ରେସ ‘ମେହଙ୍ଗାଇ ପର୍ ହାଲ୍ଲା ବୋଲ୍’ ରାଲି ଆୟୋଜନ କରିଛି।
ଆଜି ଦିନ ପ୍ରାୟ ୧ଟା ବେଳେ ଉକ୍ତ ରାଲିରେ ରାହୁଲ୍ ଗାନ୍ଧୀ ଉଦ୍ବୋଧନ ଦେବାର ସମ୍ଭାବନା ଥିବାରୁ ଅନେକ ଦଳୀୟ ସମର୍ଥକ ମୈଦାନ୍ରେ ପହଞ୍ଚିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ସାଧାରଣ ସଚିବ ଏବଂ ଦଳ ଦାୟିତ୍ବରେ ଥିବା ନେତାମାନଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଦିନ ପ୍ରାୟ ୧୧ଟା ବେଳେ ‘ଏଆଇସିସି’ ମୁଖ୍ୟାଳୟରେ ପହଞ୍ଚି ସେଠାରୁ ରାମଲୀଳା ମୈଦାନ୍ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ।
Image Courtesy of The Indian Expressପଦଯାତ୍ରା ବେଳେ କଂଗ୍ରେସ କର୍ମୀମାନଙ୍କୁ ଅଟକ ରଖାଯାଇଥିବା ରିପୋର୍ଟ ମିଳିଥିଲା। କିନ୍ତୁ, ଦିଲ୍ଲୀ ପୁଲିସ ଏକଥାକୁ ଅସ୍ବୀକାର କରି କହିଛି, ଏପର୍ଯ୍ୟନ୍ତ କୌଣସି କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଇନି।
ଆଜି କଂଗ୍ରେସ ପ୍ରତିବାଦ ପ୍ରଦର୍ଶନ କରାଯାଉଥିବାରୁ କେନ୍ଦ୍ରୀୟ ଦିଲ୍ଲୀରେ ଥିବା ରାମଲୀଳା ମୈଦାନ୍ ଚତୁଃପାର୍ଶ୍ବରେ ଯଥେଷ୍ଟ ନିରାପତ୍ତା ବ୍ୟବସ୍ଥା କରଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
କଂଗ୍ରେସର ସାଧାରଣ ସଚିବ କେ.ସି. ବେଣୁଗୋପାଳ କହିଛନ୍ତି, ମୁଦ୍ରାସ୍ଫୀତି ବିପକ୍ଷରେ ଦଳର ପ୍ରତିବାଦ ଏହି ରାଲିରେ ଶେଷ ହୋଇଯିବ ନାହିଁ। ସେପ୍ଟେମ୍ବର ୭ ତାରିଖରୁ କଂଗ୍ରେସ ଭାରତ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ କରିବ। କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରାରେ ଦଳର ସାଂସଦଙ୍କ ସମେତ କେତେକ କଂଗ୍ରେସ ସଦସ୍ୟ ଯୋଗ ଦେବେ।
Follow Us