କଂଗ୍ରେସ କର୍ମୀଙ୍କୁ ସତର୍କ କରାଇଲେ ରାହୁଲ, ପ୍ରିୟଙ୍କା

Advertisment
କଂଗ୍ରେସ କର୍ମୀଙ୍କୁ ସତର୍କ କରାଇଲେ ରାହୁଲ, ପ୍ରିୟଙ୍କା

ନୂଆଦିଲ୍ଲୀ : ଏକ୍‌ଜିଟ୍‌ ପୋଲ୍‌କୁ ବିରୋଧ କରି ଅନେକ ବିରୋଧୀ ଦଳ ନେତା ନିଜ ନିଜର ମତ ରଖିଛନ୍ତି। କିନ୍ତୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ୍‌ଜିଟ୍‌ ପୋଲ୍‌ ସଂକ୍ରାନ୍ତରେ ପ୍ରଥମେ ନିରବ ରହିଥିବାବେଳେ ଆଜି ସେ ଏ ବାବଦରେ ମୁହଁ ଖୋଲିଛନ୍ତି। ଏକ୍‌ଜିଟ୍‌ ପୋଲ୍‌କୁ ରାହୁଲ ଭୁଲ୍‌ ବୋଲି କହିବା ସହ କଂଗ୍ରେସ କର୍ମୀମାନଙ୍କୁ ଆଶ୍ବାସନା ଦେଇ ଆଦୌ ହତୋତ୍ସାହିତ ନହେବାପାଇଁ କହିଛନ୍ତି। ନିଜ ଉପରେ ଏବଂ କଂଗ୍ରେସ ଉପରେ ଦୃଢ଼ ବିଶ୍ବାସ ରଖିବାପାଇଁ ରାହୁଲ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି। କିନ୍ତୁ ସମସ୍ତ କଂଗ୍ରେସ କର୍ମୀମାନେ କୌଣସି ପ୍ରକାର ଜଟିଳ ସ୍ଥିତିର ମୁକାବିଲା ଦିଗରେ ସଚେତନ ରହି କାର୍ଯ୍ୟ କରିବା ଉଚିତ୍‌ ବୋଲି ରାହୁଲ କହିଛନ୍ତି। କଂଗ୍ରେସ କର୍ମୀ ଇଭିଏମ୍‌ ଉପରେ ସତର୍କ ନଜର ରଖିବାକୁ ରାହୁଲ କହିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାପାଇଁ ନିଜକୁ ପ୍ରସ୍ତୁତ ରଖିବାକୁ ପଡ଼ିବ । ପ୍ରତ୍ୟେକ ଅଂଚଳର ଷ୍ଟ୍ରଂ ରୁମ୍‌ ଉପରେ କଂଗ୍ରେସ କର୍ମୀଙ୍କ ନଜର ରହିବା ଆବଶ୍ୟକ ଏବଂ ପରିଶ୍ରମର ଫଳ ମିଳିବ ବୋଲି ପ୍ରିୟଙ୍କା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe