ୟୁପିରେ କଂଗ୍ରେସର ଅଡ଼ୁଆ ବଢ଼ୁଛି: ପ୍ରିୟଙ୍କାଙ୍କ ରୢାଲି ବାତିଲ

Advertisment
ଉତ୍ତର ପ୍ରଦେଶରେ କଂଗ୍ରେସର ନିର୍ବାଚନ ପ୍ରଚାର ମଙ୍ଗ ଧରିବେ ପ୍ରିୟଙ୍କା: ପୁନିଆ

Image Courtesy of India Today

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଘୋଷଣା ହେବାକୁ ଆଉ ୩ ମାସରୁ କମ୍‌ ସମୟ ଥିବାବେଳେ ନିର୍ବାଚନ ଦୌଡ଼ରେ କଂଗ୍ରେସ ପଛରେ ପଡ଼ିଛି। ଦଳ ଏକଜୁଟ ହୋଇ କାମ କରିପାରୁ ନାହିଁ। ଏପରିକି ରୢାଲି ଆୟୋଜନ ପାଇଁ ମଧ୍ୟ ସ୍ଥାନୀୟ ନେତାମାନେ ଉତ୍ସାହର ସହ କାମ କରୁନଥିବାରୁ ପ୍ରିୟଙ୍କା ଗାନ୍ଧିଙ୍କ ରୢାଲି କାର୍ଯ୍ୟକ୍ରମ ବାତିଲ ହୋଇଛି। ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଚଳିତ ମାସରେ ଉତ୍ତର ପ୍ରଦେଶରେ ତିନିଟି ରୢାଲି କରବାକୁ ଯୋଜନା କରିଥିଲେ। ମିରଠରେ ଆଗାମୀ ୨୯ ତାରିଖରେ ହେବାକୁ ଥିବା ଜନସଭାକୁ ରଦ୍ଦ କରି ଦିଆଯାଇଛି। ଅକ୍ଟୋବର ୨ ତାରିଖରେ ବାରଣାସୀରେ ହେବାକୁ ଥିବା ରୢାଲି ମଧ୍ୟ ବିଭିନ୍ନ କାରଣରୁ ବାତିଲ ହୋଇଛି। ଅକ୍ଟୋବର ୭ରେ ଆଗ୍ରାରେ ହେବାକୁ ଥିବା ରୢାଲିକୁ ମଧ୍ୟ ରଦ୍ଦ କରି ଦିଆଯାଇଛି। ମିରଟରେ ପ୍ରିୟଙ୍କା ରୢାଲି କରିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ଅନ୍‌ଲାଇନ୍‌ରେ କଥାବାର୍ତ୍ତା କରିଥିଲେ ମଧ୍ୟ ଇତିମଧ୍ୟରେ ଅନେକ ନେତା ଦଳତ୍ୟାଗ କରି ସାରିଥିବାରୁ ଅନିଶ୍ଚିତତା ଯୋଗୁଁ ସେଠାରେ ରୢାଲି ବାତିଲ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe