୪ କ୍ୟାବିନେଟ୍‌ ମନ୍ତ୍ରୀ ପଦ ପାଇଁ କଂଗ୍ରେସର ଚାପ

Advertisment

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତୃତ୍ବାଧୀନ ମେଣ୍ଟର ବିଜୟ ଘଟିଛି। ମେଣ୍ଟ ସହଯୋଗୀ ଭାବେ କଂଗ୍ରେସ ୧୬ଟି ବିଧାନସଭା ଆସନ ହାସଲ କରିବାକୁ ସମର୍ଥ ହୋଇଛି। ତେବେ ଆଗକୁ ଗଠନ ହେବାକୁ ଥିବା ମନ୍ତ୍ରିମଣ୍ଡଳରେ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତୃତ୍ବାଧୀନ ମେଣ୍ଟର ବିଜୟ ଘଟିଛି। ମେଣ୍ଟ ସହଯୋଗୀ ଭାବେ କଂଗ୍ରେସ ୧୬ଟି ବିଧାନସଭା ଆସନ ହାସଲ କରିବାକୁ ସମର୍ଥ ହୋଇଛି। ତେବେ ଆଗକୁ ଗଠନ ହେବାକୁ ଥିବା ମନ୍ତ୍ରିମଣ୍ଡଳରେ...

congress1

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତୃତ୍ବାଧୀନ ମେଣ୍ଟର ବିଜୟ ଘଟିଛି। ମେଣ୍ଟ ସହଯୋଗୀ ଭାବେ କଂଗ୍ରେସ ୧୬ଟି ବିଧାନସଭା ଆସନ ହାସଲ କରିବାକୁ ସମର୍ଥ ହୋଇଛି। ତେବେ ଆଗକୁ ଗଠନ ହେବାକୁ ଥିବା ମନ୍ତ୍ରିମଣ୍ଡଳରେ ନିଜ ଦଳର ୪ ସଦସ୍ୟଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପଦ‌ ଦେବା ପାଇଁ କଂଗ୍ରେସ ଚାପ ପକାଉଥିବା ଜଣାଯାଇଛି। ବିଧାନସଭା ନିର୍ବାଚନରେ,  ଜେଏମ୍‌ଏମ୍‌କୁ ୩୪ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ୧୬, ଆର୍‌ଜେଡିକୁ ୪ ଏବଂ  ସିପିଆଇ-ଏମ୍‌ଏଲ୍‌କୁ ୨ଟି ଆସନ ମିଳିଛି।  କଂଗ୍ରେସ ନୂଆ ସରକାରରେ ନିଜ ଦଳର ୪ ବିଧାୟକଙ୍କୁ ମନ୍ତ୍ରୀ ପଦ‌ ଦେବା ପାଇଁ  ପ୍ରସ୍ତାବ ରଖିଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ତେବେ ଏନେଇ କଂଗ୍ରେସ କିମ୍ବା ଜେଏମ୍‌ଏମ୍‌ ପକ୍ଷରୁ କିମ୍ବା ଦଳର କୌଣସି ନେତା ବିଧିବଦ୍ଧ ଭାବେ ସ୍ପଷ୍ଟ କରିନାହାନ୍ତି। ସୂଚନାଯୋଗ୍ୟ, ଲଗାତାର ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନ୍‌ ନଭେମ୍ବର ୨୮ରେ ଶପଥ ନେବେ। ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ, ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଅନ୍ୟ ‌ବିରୋଧୀ ଦଳ ନେତାମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe