Image Courtesy: News Live
ଉଦୟପୁର: ଲୋକଙ୍କ ସହ କଂଗ୍ରେସର ସମ୍ପର୍କ ଭାଙ୍ଗିଯାଇଛି ବୋଲି ସ୍ୱୀକାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଦଳ ସହ ଲୋକଙ୍କ ସଂପର୍କର ପୁନଃ ପ୍ରତିଷ୍ଠା ଏବଂ ଏହାକୁ ଆହୁରି ମଜବୁତ କରିବା ପାଇଁ ଦଳ ଅକ୍ଟୋବରରେ ଏକ ଯାତ୍ରା ଆରମ୍ଭ କରିବ ବୋଲି ଆଜି ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ।
ଉଦୟପୁରରେ ଦଳର ତିନି ଦିନିଆ ନବ ସଂକଳ୍ପ ଚିନ୍ତନ ଶିବିରର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ଆମକୁ ସ୍ୱୀକାର କରିବାକୁ ପଡିବ ଯେ ଲୋକଙ୍କ ସହ କଂଗ୍ରେସର ସମ୍ପର୍କ ଭାଙ୍ଗିଯାଇଛି। ଆମର ଲଢେଇ ଆଦର୍ଶ ପାଇଁ। ଆମକୁ ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସହିତ ବସିବାକୁ ପଡିବ, ଲୋକଙ୍କ ସହିତ ଦଳର ସଂଯୋଗ ପୁନଃ ସ୍ଥାପିତ କରିବାକୁ ପଡିବ ବୋଲି ସେ କହିଛନ୍ତି।
Image Courtesy: News Liveଆମେ ନିଷ୍ପତ୍ତି ନେଇଛୁ ଯେ ଅକ୍ଟୋବରରେ କଂଗ୍ରେସ ଦଳ ଲୋକଙ୍କ ପାଖକୁ ଯିବ ଏବଂ ସମ୍ପର୍କକୁ ମଜବୁତ କରିବ।
ଚିନ୍ତନ ଶିବିରରେ ଖୋଲାଖୋଲି ଆଲୋଚନାକୁ ପ୍ରଶଂସା କରି ଗାନ୍ଧୀ କହିଛନ୍ତି ଯେ ଅନ୍ୟ କେଉଁ ରାଜନୈତିକ ଦଳ ଏହି ପ୍ରକାରର ଆଲୋଚନାକୁ ଅନୁମତି ଦେଇପାରିବ ନାହିଁ। ଏଥିସହ ଗୋଟିଏ ପରିବାରର ଏକାଧିକ ସଦସ୍ୟ ନିର୍ବାଚନ ନ ଲଢିବାକୁ ସୁନିଶ୍ଚିତ କରିବା ପାଇଁ ସେ ‘ଗୋଟିଏ ପରିବାର, ଗୋଟିଏ ଟିକେଟ୍’ ନିୟମ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।
ଆସନ୍ତା ପର୍ଯ୍ୟାୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ କଂଗ୍ରେସ ରବିବାର ଦିନ ଏକ ‘ନବ ସଂକଳ୍ପ’ ଗ୍ରହଣ କରିଛି। ଦଳ ସଂଗଠନରେ ବ୍ୟାପକ ସଂସ୍କାର ପାଇଁ ମଧ୍ୟ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ।
Follow Us