ପାକିସ୍ତାନର ଦମନକାରୀ ଆଭିମୁଖ୍ୟର ପରିଣାମ: ଭାରତ

ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ପାକିସ୍ତାନ ସରକାର ବିରୋଧରେ ଦେଖାଦେଇଥିବା ବିଶାଳ ଆନ୍ଦୋଳନ ଏବଂ ହିଂସା ଘଟଣା ଓ ଏଥିରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାପରେ ଭାରତ ଆଜି ଉକ୍ତ ପ୍ରସଙ୍ଗରେ...

Untitled-10

ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ପାକିସ୍ତାନ ସରକାର ବିରୋଧରେ ଦେଖାଦେଇଥିବା ବିଶାଳ ଆନ୍ଦୋଳନ ଏବଂ ହିଂସା ଘଟଣା ଓ ଏଥିରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାପରେ ଭାରତ ଆଜି ଉକ୍ତ ପ୍ରସଙ୍ଗରେ ଟିପ୍ପଣୀ ରଖିଛି।  ଭାରତ ପିଓକେରେ ହୋଇଥିବା ବିଶାଳ ପ୍ରତିବାଦକୁ ‘ପାକିସ୍ତାନର ଦମନମୂଳକ ଆଭିମୁଖ୍ୟ ଏବଂ ଏହି ଅଞ୍ଚଳଗୁଡ଼ିକରୁ ସମ୍ବଳର ପଦ୍ଧତିଗତ ଲୁଟ୍‌ପାଟର ସ୍ୱାଭାବିକ ପରିଣାମ’ ବୋଲି କହିଛି। ନୂଆଦିଲ୍ଲୀରେ ଏକ ସାପ୍ତାହିକ ଗଣମାଧ୍ୟମ ବିବୃତିରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ନୂଆଦିଲ୍ଲୀ ପାକ୍ ଅଧୀକୃତ  କାଶ୍ମୀରର ବିଭିନ୍ନ ସ୍ଥାନରେ ଚାଲିଥିବା ପ୍ରତିବାଦ ସଂକ୍ରାନ୍ତରେ ଅବଗତ, ଯେଉଁଥିରେ ସ୍ଥାନୀୟ ଲୋକଙ୍କ ଉପରେ ପାକିସ୍ତାନୀ ସେନା ଦ୍ୱାରା କରାଯାଉଥିବା ବର୍ବରତା ମଧ୍ୟ ଅନ୍ତର୍ଭୁକ୍ତ। ଜୟସ୍ବାଲ  କହିଛନ୍ତି,‘ଆମେ ପାକ୍ ଅଧିକୃତ   କାଶ୍ମୀରର ଅନେକ ଅଞ୍ଚଳରେ ପ୍ରତିବାଦ ସମ୍ପର୍କରେ ରିପୋର୍ଟ ଦେଖିଛୁ, ଯେଉଁଥିରେ ନିରୀହ ନାଗରିକଙ୍କ ଉପରେ ପାକିସ୍ତାନୀ ସେନାର ବର୍ବରତା ମଧ୍ୟ ସାମିଲ ଅଛି। ଆମେ ବିଶ୍ୱାସ କରୁଛୁ ଯେ ଏହା ପାକିସ୍ତାନର ଦମନମୂଳକ ଆଭିମୁଖ୍ୟ ଏବଂ ଏହି ଅଞ୍ଚଳଗୁଡ଼ିକରୁ ସମ୍ପଦର ପଦ୍ଧତିଗତ ଲୁଣ୍ଠନର ଏକ ସ୍ୱାଭାବିକ ପରିଣାମ, ଯାହା ଏହାର ବଳପୂର୍ବକ ଏବଂ ଅବୈଧ ଦଖଲ ଅଧୀନରେ ରହିଛି। ପାକିସ୍ତାନକୁ ଏହାର ଭୟଙ୍କର ମାନବାଧିକାର ଉଲ୍ଲଂଘନ ପାଇଁ ଦାୟୀ କରାଯିବା ଉଚିତ ବୋଲି ସେ କହିଛନ୍ତି।  

ଏମ୍‌ଇଏ ମୁଖପାତ୍ର ଜୋର୍‌ ଦେଇ କହିଛନ୍ତି, ଲଦାଖ ସହିତ ଜମ୍ମୁ  ଓ  କାଶ୍ମୀର ସର୍ବଦା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ।  ପିଓକେରେ ସାର୍ବଜନୀନ ସୁବିଧା ପାଇଁ ମିଳିତ ଆୱାମୀ କାର୍ଯ୍ୟ କମିଟି  (ଜେଏଏସି) ଦ୍ୱାରା ଡାକରା ଦିଆଯାଇଥିବା ବନ୍ଦ ସମୟରେ  ହିଂସାତ୍ମକ ସଂଘର୍ଷ ଯୋଗୁ ପୁଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି।  ପିଓକେରେ ବନ୍ଦ ଯୋଗୁଁ ବ୍ୟବସାୟ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ବନ୍ଦ ରହିଛି ଏବଂ ଏହି ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ ସଂଘର୍ଷରେ ୧୭୨ ଜଣ ପୁଲିସ କର୍ମଚାରୀ ଏବଂ ୫୦ ଜଣ ସାଧାରଣ ନାଗରିକ  ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe