Image Courtesy of India Today
ନୂଆଦିଲ୍ଲୀ: କୋଭିଡ୍-୧୯ ନିମନ୍ତେ ଉଦ୍ଦିଷ୍ଟ ‘ନ୍ୟାସ୍ନାଲ୍ ହେଲ୍ଥ୍ କ୍ଲିନିକାଲ୍ ପ୍ରୋଟୋକଲ୍’ରୁ ପ୍ଲାଜ୍ମା ଚିକିତ୍ସା ବାଦ ଦେବାକୁ ବିଚାର କରାଯାଉଥିବା କଥା ମଙ୍ଗଳବାର ଦିନ ‘ଦି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ (ଆଇସିଏମ୍ଆର୍) କହିଛି।
ଆଜି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ‘ଆଇସିଏମ୍ଆର୍’ର ଡିଏମ୍ ବଳରାମ ଭାର୍ଗବ କହିଲେ ଯେ, କୋଭିଡ୍-୧୯ଜନିତ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ପ୍ଲାଜ୍ମା ଚିକିତ୍ସା ବିଶେଷ ଫଳପ୍ରଦ ନୁହେଁ ବୋଲି ଅନେକ ଅଧ୍ୟୟନରୁ ଜଣାପଡ଼ିଛି।
Image Courtesy of The Hinduକୋଭିଡ୍-୧୯ ଚିକିତ୍ସାରେ ‘ରେମ୍ଡେସିଭିୟର୍’ ଏବଂ ‘ଏଚ୍ସିକ୍ୟୁ’ର ବ୍ୟବହାର ପ୍ରସଙ୍ଗରେ ସେ କହିଲେ ଯେ, ଏ ଔଷଧଗୁଡ଼ିକ ମଧ୍ୟ ଆଶାନୁରୂପ କାର୍ଯ୍ୟ କରୁନାହିଁ। ଭାରତ ସମେତ ୩୦ଟି ଦେଶରେ ଏହି ଔଷଧ ପ୍ରୟୋଗ ଉପରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଦୃଷ୍ଟି ରଖିଥିଲା। ଏହାର ମଧ୍ୟବର୍ତ୍ତୀକାଳୀନ ଫଳାଫଳ ୱେବ୍ସାଇଟ୍ରେ ପ୍ରକାଶିତ ହୋଇଛି। ଏଥିରୁ ଜଣାପଡ଼ିଛି ଯେ, ଉପରୋକ୍ତ ଔଷଧଗୁଡ଼ିକ ଆଶାନୁରୂପ କାର୍ଯ୍ୟ କରୁନାହିଁ।
କୋଭିଡ୍-୧୯ ପୁନଃସଂକ୍ରମଣ ସଂକ୍ରାନ୍ତରେ ‘ଆଇସିଏମ୍ଆର୍’ର ମୁଖ୍ୟ କହିଲେ ଯେ, ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସୁସ୍ଥ ହେବା ପରେ ମଧ୍ୟ ସେମାନେ ସତର୍କତା ଅବଲମ୍ବନ କରୁଛନ୍ତି। ଯଦି ପାଞ୍ଚ ମାସ ମଧ୍ୟରେ ‘ଆଣ୍ଟିବଡି’ ଦୁର୍ବଳ ହୋଇଯାଏ, ତେବେ ପୁଣି ସମ୍ପୃକ୍ତ ବ୍ୟକ୍ତି ସଂକ୍ରମିତ ହୋଇପାରନ୍ତି।
Follow Us