ରାଣ୍ୟାଙ୍କ ଡିଜିପି ବାପାଙ୍କ କହିବାନୁସାରେ ମୁଁ ସାହାଯ୍ୟ କରିଥିଲି: କନଷ୍ଟେବଳ

ଡିଜିପି ରାମଚନ୍ଦ୍ର ରାଓଙ୍କ ନିର୍ଦ୍ଦେଶ କ୍ରମେ କନଷ୍ଟେବଳ ବସବରାଜ ବିମାନବନ୍ଦରରେ ରାଣ୍ୟାଙ୍କୁ ସାହାଯ୍ୟ କରିଥିଲେ। କାରଣ ରାଣ୍ୟାଙ୍କୁ ନେବା ଓ ଆଣିବାର ଦାୟିତ୍ବ ତାଙ୍କ ଉପରେ ଥିଲା।

୍ିୀତ

ନୂଆଦିଲ୍ଲୀ: ସୁନା ଚାଲାଣ ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବିମାନବନ୍ଦରରେ ରାଣ୍ୟା ରାଓଙ୍କୁ ଚଢ଼ାଉ ସମୟରେ ଜଣେ କନଷ୍ଟେବଳ ସାହାଯ୍ୟ କରିଥିବା ଜଣାପଡ଼ିଥିଲା। ପୁଲିସ ଉକ୍ତ କନଷ୍ଟେବଳଙ୍କୁ ହେପାଜତକୁ ନେଇ ଯାଇଥିଲା। 

ସମ୍ପ୍ରତି ଖବର ମିଳିଛି କି ଡିଜିପି ରାମଚନ୍ଦ୍ର ରାଓଙ୍କ ନିର୍ଦ୍ଦେଶ କ୍ରମେ କନଷ୍ଟେବଳ ବସବରାଜ ବିମାନବନ୍ଦରରେ ରାଣ୍ୟାଙ୍କୁ ସାହାଯ୍ୟ କରିଥିଲେ। କାରଣ ରାଣ୍ୟାଙ୍କୁ ନେବା ଓ ଆଣିବାର ଦାୟିତ୍ବ ତାଙ୍କ ଉପରେ ଥିଲା।

 କନଷ୍ଟେବଳ ବସବରାଜ କହିଛନ୍ତି,‘ ଯେଉଁଦିନ ବିମାନବନ୍ଦରରେ ରାଣ୍ୟାଙ୍କୁ ଗିରଫ କରାଗଲା ସେଦିନ ସନ୍ଧ୍ୟା ୬.୨୦ରେ ସେ ଫୋନ କରିଥିଲେ। ଆଉ କହିଥିଲେ ସେ ଦୁବାଇରୁ ‌ ଆସୁଛନ୍ତି ତାଙ୍କୁ ସାହାଯ୍ୟ ଆବଶ୍ୟକ। ବିମାନବନ୍ଦରରେ ପହଞ୍ଚିବା ପରେ ମୁଁ ରାଣ୍ୟାଙ୍କ ସହିତ ଥିଲି। ଏହି ସମୟରେ ଡିଆଇଆଇ ରାଣ୍ୟାଙ୍କ ଉପରେ ଚଢ଼ାଉ କରି ତାଙ୍କୁ ଗିରଫ କରି ନେଇଥିଲା।

ରାଣ୍ୟାଙ୍କ ଜ୍ୟାକେଟ ଭିତରୁ ୧୪.୨ କି‌ଲୋଗ୍ରାମର ସୁନା ଡିଆରଆଇ ଜବତ କରିଥିଲା।ଯାହାର ମୂଲ୍ୟ ୧୨କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅଭିନେତ୍ରୀ ରାଣ୍ୟା ରାଓ ମାର୍ଚ୍ଚ ୩ ତାରିଖରେ ଦୁବାଇରୁ ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚିଥିଲେ। ରାଣ୍ୟା ଗତ ୧୫ଦିନ ମଧ୍ୟରେ ଚାରିଥର ଦୁବାଇ ଯାତ୍ରା କରିଥିଲେ। ଏହି ଘଟଣାକୁ ନେଇ ସନ୍ଦେହ ଉପୁଜିଥିଲା।  ଯେଉଁ କାରଣରୁ ତାଙ୍କ ଉପରେ ଡିଆରଆଇ ଚଢ଼ାଉ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe