କଶ୍ମୀର ଦରଘାରେ ଆକ୍ରମଣ, କନେଷ୍ଟବଳ ସହିଦ

କଶ୍ମୀର ଦରଘାରେ ଆକ୍ରମଣ, କନେଷ୍ଟବଳ ସହିଦ

ବଡ଼ଗାଓଁ(କଶ୍ମୀର): କଶ୍ମୀର ଉପତ୍ୟକାରେ ଆତଙ୍କବାଦୀମାନେ  ପୁଣି ପୁଲିସକୁ ଟାର୍ଗେଟ୍‌ କରିଛନ୍ତି। ବଡ଼ଗାଓଁ ସ୍ଥିତ ଏକ ଦରଘାରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କୁ ବନଧୁକରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ସଂପୃକ୍ତ କନେଷ୍ଟବଳଙ୍କର ମୃତ୍ୟୁ ହୋଇଥିବା ବେଳେ ସାରା ଇଲାକାକୁ ଘେରାବନ୍ଦୀ କରି ପୁଲିସ ପକ୍ଷରୁ ଯାଞ୍ଚ ଅଭିଯାନ ଜାରି ରହିଛି।

ସୂଚନାନୁଯାୟୀ, ଆଜି ଅପରାହ୍ଣରେ କିଛି ଅଜ୍ଞାତ ବନ୍ଧୁକଧାରୀ ବଡ଼ଗାଓଁ ସ୍ଥିତ ଚରାର୍‌-ଇ- ସରିଫ ଦରଘା ବାହାରେ ପଇଁତରା ମାରୁଥିବା ଜମ୍ମୁ କଶ୍ମୀର ପୁଲିସର ୧୩ ବାଟାଲିଅନ୍‌ କନେଷ୍ଟବଳ କୁଲତାର ସିଂହଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ କୁଲତାର ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe